ପବଜି ଖେଳିବାର ପରିଣାମ

ବିହାର : ଆଜିକାର ଯୁବପିଢି ବେଶୀ ସମୟ ମୋବାଇଲ ହେଉ କିମ୍ବା ଅନଲାଇନରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ସେ ଅନଲାଇନରେ ଟିକ୍ ଟକ୍ ଠାରୁ ଆରମ୍ଭ କରି ଫ୍ରିି ଫାୟାର ଏବଂ ପବଜି ଭଳି ଗେମ ଖେଳିବାର ନିଶା କମ ବୟସର ପିଲାଙ୍କ ଠାରୁ ଆରମ୍ଭ କରି ଯୁବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପବଜିର ନିଶା ଘାରିଛି । ତେବେ ଅନେକ ସମୟରେ ଦେଖାଯାଇଛି କି କିଛି ଜଣ ଟିକଟକ ମାୟାରେ ବାୟା ହୋଇ ମେଡିକାଲ ଯାଇଥିବା ବେଳେ ଆଉ କିଛି ଜଣ ପବଜି ମାୟାରେ ବାୟା ହୋଇ ମେଡିକାଲ ମଧ୍ୟ ଯାଇଛନ୍ତି । ତେବେ ଏଭଳି ଏକ ଘଟଣା ବିହାର ଅଞ୍ଚଳରେ ଦେଖିବାକୁ ମଳିଛି । ଯେଉଁଠି ଜଣେ ଯୁବକ ପବଜିରେ ପୂରା ପାଗଳ । ସେହି ପବଜି ନିଶା ତାଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରିଛି ।
ବିହାରର ବସ୍ତର ଜିଲ୍ଲାରେ ଗୋଟିଏ ପରିବାର କାନ୍ଦି କାନ୍ଦି ପୁଅକୁ ହାତଗୋଡ଼ ବାନ୍ଧି ହସ୍ପିଟାଲରେ ପହଁଚାଇଥିଲେ । ଏହାର କାରଣ ଥିଲା ପବଜି ଖେଳ । ଏଭଳି ଅନେକ ମାମଲା ଆଗରୁ ଆସିଥିବା ବେଳେ ଏବେ ବସ୍ତରରୁ ଆଉ ଏକ ମାମଲା ସାମ୍ନାକୁ ଆସିଛି । ବକ୍ସର ମାଠିଆ ମୋଡର ଜଣେ ଯୁବକ ମୋନୁକୁ ପବଜିର ଏଭଳି ନିଶା ଲାଗିଥିଲା ଯେ କେହି କିଛି କରିବାକୁ କହିଲେ ମୋନୁ ସମସ୍ତଙ୍କୁ ମାରିବାକୁ ଗୋଡାଉଥିଲା । ମୋନୁର ଏଭଳି ବ୍ୟବହାରରେ ବିରକ୍ତ ହୋଇ ପରିବାର ଲୋକ ତା’ର ହାତଗୋଡ ବାନ୍ଧି ହସ୍ପିଟାଲ୍ ଚିକିତ୍ସା ପାଇଁ ନେଇ ଯାଇଥିଲେ ।
ଯୁବକର ଚିକିତ୍ସା କରୁଥିବା ଡାକ୍ତର ଅନିଲଙ୍କ କହିବାନୁସାରେ , ମୋନୁର ଏବେ ଚିକିତ୍ସା ଚାଲିଛି ଖୁବଶୀଘ୍ର ସେ ପୂର୍ବବସ୍ଥାକୁ ଫେରିଆସିବାର ସମ୍ଭାବନା ରହିଛି । ତେବେ ଏହି ସବୁ ଅସୁବିଧା ଅତ୍ୟଧିକ ପବଜି ଖେଳିବା କାରଣରୁ ହୋଇଛି ବୋଲି ଡାକ୍ତର କହିଛନ୍ତି ।