ଦୀପାବଳିରେ ଏହି ୫ଟି ଗ୍ରହର ଭାଗ୍ୟ ଚମକିବ

ଭୁବନେଶ୍ୱର: ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି । ‘ଅନଳ ଦେଖିଣ ପତଙ୍ଗ ଧାବନ୍ତି ହୋଇ ଉଦବେଗ ।’

ଅମଳ ଋତୁ ଉପନୀତ ହୁଅନ୍ତେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । ଚଳିତବର୍ଷ ନଭେମ୍ବର ମାସ ୧୪ ଶନିବାର ଦିନ ପଡୁଛି ।ଦୀପାବଳିର ସନ୍ଧ୍ୟା ୭ଟା ବେଳେ ମଙ୍ଗଳ ମୀନ ରାଶିରେ ରହିବ । ୨୩ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମଙ୍ଗଳ ଏହି ରାଶିରେ ରହିବ । ଏହା ପରେ ଏହି ଗ୍ରହ ନିଜ ରାଶି ମେଷରେ ପ୍ରବେଶ କରିବ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ପ୍ରାୟ ୩୨ ବର୍ଷ ପରେ ଦୀପାବଳିରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ ଓ ଶୁକ୍ରର ଏକ ଦୁଲର୍ଭ ସଂଯୋଗ ହେବାକୁ ଯାଉଛି । ୩୨ ବର୍ଷ ପୂର୍ବରୁ ଅର୍ଥାତ୍, ୧୯୮୮ ମସିହା ନଭେମ୍ବର ୯ରେ ଏପରି ସଂଯୋଗ ହୋଇଥିଲା ।

ଚଳିତ ଦୀପାବଳିରେ ଶନି ମକର ଓ ଗୁରୁ ଧନୁ ରାଶିରେ ରହିବେ, ଫଳରେ ସେମାନଙ୍କର ବ୍ୟବସାୟରେ ଭଲ ଲାଭ ହେବ । ସମସ୍ତ ରାଶି ଉପରେ ମଙ୍ଗଳ ପ୍ରଭାବ ପଡିବାରୁ ମେଷ ରାଶି ପାଇଁ ସତର୍କ ସୂଚନା ଦିଆଯାଇଛି । ଏହା ସହ ବୃଷ ଓ କୁମ୍ଭ ରାଶିର ଲୋକେ ଲାଭବାନ୍ ହେବାର ସମ୍ଭାବନା ରହିଛି ।

ତେବେ ଆସନ୍ତୁ ଜାଣିବା ସମସ୍ତ ରାଶି ବିଷୟରେ…

ମେଷ- ଦ୍ୱାଦଶ ମଙ୍ଗଳ ଆପଣଙ୍କୁ ଋଣରୁ ଦୂରରେ ରହିବାକୁ ସୂଚାଉଛି । ବିବାଦରୁ ଦୂରରେ ରୁହ ଏବଂ ଶରୀରର ଯତ୍ନ ନିଅ ।

ବୃଷ – ଏକାଦଶ ମଙ୍ଗଳ ଆପଣଙ୍କ ପାଇଁ ଲାଭଦାୟକ ହେବ । ସମସ୍ତ କାର୍ଯ୍ୟ ସମାପ୍ତ ହେବ । ବିବାଦୀୟ ମାମଲାରେ ବିଜୟ ହେବ । ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି ।

ମିଥୁନ – ଦଶମ ମଙ୍ଗଳ ବିବାହରେ ଆସୁଥିବା ବାଧା ଏବଂ ଅନ୍ୟାନ୍ୟ ଶୁଭ କାର୍ଯ୍ୟରୁ ମୁକ୍ତି ଦେବ । ନୂତନ ଘର, ଯାନ ପ୍ରାପ୍ତ ହୋଇପାରିବ । କାର୍ଯ୍ୟ ଠିକ୍ ସମୟରେ ହେବ ।

LEAVE A REPLY

Please enter your comment!
Please enter your name here