35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଆଦିବାସୀ ସଙ୍ଘ ପକ୍ଷରୁ ସମାବେଶ ଅନୁଷ୍ଠିତ

ଆଦିବାସୀ ସଙ୍ଘ ପକ୍ଷରୁ ସମାବେଶ ଅନୁଷ୍ଠିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ହଲୁଆ ତୋଟା ଠାରେ ରାୟଗଡା ଜିଲ୍ଲା ଆଦିବାସୀ ସଙ୍ଘ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାବେସ ରେ ଆଦିବାସୀ ଯୁବକ ତଥା ବିଜେଡି ନେତା ଭାଗିରଥି ମାଡଙ୍ଗି ର ହତ୍ୟା କୁ ଦଶ ବର୍ଷ ପୁରୀ ଯାଇଥିଲେ ମଧ୍ୟ ହତ୍ୟା କାରି କୁ ବର୍ତ୍ତମାନ ସୁଦ୍ଧା ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଧରି ପାରୁ ନ ଥିବାରୁ ତୁରନ୍ତ ଦୋସି କୁ ଧରିବା ପାଇଁ ଦାବି କରାଯାଇଛି । ଏପରି କି ଭାଗିରଥି ମାଡଙ୍ଗି ର ହତ୍ୟା କାରି କୁ ତୁରନ୍ତ ନ ଧରି ଲେ ଜିଲ୍ଲା ସାରା ଆନ୍ଦୋଳନ ହେବ ବୋଲି ଆଦିବାସୀ ନେତା ମାନେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ 2010 ମସିହା ଡ଼ିସେମ୍ବର 15 ତାରିଖ ଦିନ ମା ମାଝୀଘରିଆଣି ମନ୍ଦିର ନିକଟରୁ ଭାଗୀରଥି ନିଖୋଜ ହେବା ପରେ ଦୁଇ ଦିନ ପରେ ଆନ୍ଧ୍ର – ଓଡ଼ିଶା ସୀମାନ୍ତ କମୋରୋଡା ନଦୀ ନିକଟରୁ ମୃତଦେହ ମିଲିଥିଲା । ତେବେ ଭାଗୀରଥି ର ହତ୍ୟାକରି କିଏ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହେଇପାରି ନାହିଁ । ଆଦିବାସୀ ସଙ୍ଘ ତୁରନ୍ତ ହତ୍ୟାକାରି କୁ ଗିରଫ କରିବାକୁ ଦାବି କରିବା ସହ ଏସ ପି ଙ୍କ ଜରିଆରେ ରାଜ୍ୟ ପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking