27.1 C
Bhubaneswar
Sunday, September 29, 2024
Homeଓଡିଶାକାଲିଠୁ ଆରମ୍ଭ ହେବ କ୍ବାଟର ଫାଇନାଲ; ଆଜି ଖେଳାଯିବ ଶେଷ କ୍ରସ ଓଭର ମ୍ୟାଚ୍

କାଲିଠୁ ଆରମ୍ଭ ହେବ କ୍ବାଟର ଫାଇନାଲ; ଆଜି ଖେଳାଯିବ ଶେଷ କ୍ରସ ଓଭର ମ୍ୟାଚ୍

ଭୁବନେଶ୍ୱର: ହକି ବିଶ୍ବକପ ମହାମୁକାବିଲା। କଳିଙ୍ଗରେ ହେବ କଡ଼ା ଟକ୍କର। ଆଜି ଖେଳାଯିବ ୨ଟି କ୍ରସ ଓଭର ମ୍ୟାଚ୍। ଅପରାହ୍ମ ସାଢେ ୪ଟାରେ ଜର୍ମାନୀ-ଫ୍ରାନ୍ସ ମଧ୍ୟରେ ହେବ ମୁକାବିଲା। ସେହିପରି ସନ୍ଧ୍ୟା ୭ଟାରେ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ କ୍ରସ ଓଭର ଟକ୍କର। ଆଜି କ୍ରସ ଓଭର ଟକ୍କର ଶେଷ ହେବ ।

କାଲିଠୁ ଆରମ୍ଭ ହେବ କ୍ବାଟର ଫାଇନାଲ ମୁକାବିଲା। ଗତକାଲି କ୍ରସ ଓଭରେ ପରାଜିତ ହୋଇ ହକି ବିଶ୍ବକପରୁ ବିଦାୟ ନେଇଛି ଭାରତ। କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଟିମ ଇଣ୍ଡିଆ। ପେନାଲ୍ଟି ସୁଟ୍ ଆଉଟରେ ୪-୫ ଗୋଲରେ ବାଜି ମାରିଲା ନ୍ୟୁଜିଲାଣ୍ଡ। ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟକୁ ଯାଇଥିଲା ମ୍ୟାଚ। ପ୍ରଥମ ପେନାଲ୍ଟି ସୁଟଆଉଟରେ ଉଭୟ ସମାନ ସ୍ଥିତିରେ ରହିବାରୁ ଦ୍ବିତୀୟ ସୁଟଆଉଟ ଖେଳାଯାଇଥିଲା। ଏଥିରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ।

ସେପଟେ ପ୍ରଥମ ମ୍ୟାଚରେ ମଧ୍ୟ ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆକୁ ହରାଇଛି ସ୍ପେନ। ଖେଳ ଶେଷ ସୁଦ୍ଧା ଉଭୟ ୨ଟି ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ ପେନାଲ୍ଟି ସୁଟଆଉଟକୁ ଯାଇଥିଲା। ତେବେ ପ୍ରଥମ ସୁଟଆଉଟରେ ୫ଟି ସୁଯୋଗ ପାଇ ଦୁହେଁ ୩-୩ ଗୋଲ ଦେବାପରେ ଦ୍ବିତୀୟ ପେନାଲ୍ଟି ସୁଟ୍ ଆଉଟ୍ ଖେଳ ହୋଇଥିଲା। ଦ୍ବିତୀୟରେ ସ୍ପେନ ପ୍ରଥମ ଗୋଲ ଦେଇ ମାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି। ଫଳରେ କ୍ବାର୍ଟରରେ ଅଷ୍ଟ୍ରେଲିଆକୁ ଭେଟିବ ସ୍ପେନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking