40.1 C
Bhubaneswar
Thursday, April 25, 2024
Homeଓଡିଶାଘରୋଇ ବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ 5ଦଫା ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର...

ଘରୋଇ ବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ 5ଦଫା ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ : କରୋନା ମହାମାରୀ ଯୋଗୁଁ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁ ଥିବା ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ସହଯୋଗ କରିବା ସମ୍ପର୍କେ ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ 5ଦଫା ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ। ନୟାଗଡ ଜିଲାରେ କରୋନା ମହାମାରୀ ଯୋଗୁଁ ବିଗତ ମାର୍ଚ୍ଚ ମାସରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି ଯାହା ଫଳରେ ଘରୋଇ ବିଦ୍ୟାଳୟଗୁଡିକ ଦୀର୍ଘ 8ମାସ ଧରି ବିଭିର୍ନ ସମସ୍ୟା ଭିତରେ ଗତି କରୁଛି। ଶିକ୍ଷାକୁ ଅଗ୍ରାଧିକାର ଦେଇ ଜିଲ୍ଲାରେ ଥିବା 155ଗୋଟି ଘରୋଇ ବିଦ୍ୟାଳୟରେ ନିୟୋଜିତ 2500ରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ, 700ରୁ ଉର୍ଦ୍ଧ ଚତୁର୍ଥ କର୍ମଚାରୀ, ଗାଡି ମାଲିକ ଓ ଡ୍ରାଇଭର ଦୀର୍ଘ 8ମାସ ଧରି ତାଙ୍କ ଜୀବିକା ହରେଇ ବେରୋଜଗାର ହୋଇ କାଳତି ପାତ କରୁଛନ୍ତି। ଲକ ଡାଉନରେ ବିଦ୍ୟାଳୟ ବନ୍ଦ ରହିବା ଫଳରେ ପ୍ରାପ୍ୟ ପାଇବା ଦୂରେ ଥାଉ, କିନ୍ତୁ ଅଭିଭାବକ ମାନେ ନ ଜଣେଇ ଟିସି ନନେଇ ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖୁଛନ୍ତି ଅନ୍ୟ ସ୍କୁଲରେ ନିୟମ ନଥିଲେ ମଧ୍ୟ ବିନା ଟିସିରେ ନାମ ଲେଖାଉଛନ୍ତି। ଏହି ପରିପ୍ରେଖିରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବୀ କରିଛି ବିଦ୍ୟାଳୟ ସଙ୍ଘ। ଭଡା ସୂତ୍ରରେ ଚାଲିଥବା ବିଦ୍ୟାଳୟର ଘରମାଲିକ ଠିକ ସମୟରେ ଭଡ଼। ନେଇ ଥିଲେ ମଧ୍ୟ ମହାମାରୀ ସମୟରେ ମାଲିକମାନେ ଘର ଭଡ଼। ବଢ଼ାଇ ଘର ଛାଡିବା ପାଇଁ ବାଧ୍ୟ କରୁଥିବା ସହିତ ବିଦ୍ୟାଳୟ ତାଲ। ପକାଇ ହଇରାଣ କରୁଛନ୍ତି। ବିଦ୍ୟାଳୟ ଉପକରଣ ଭ୍ୟାନ,ବସର ମାସିକ କିସ୍ତି, ସରକାରୀ, ବେସରକାରୀ ଅର୍ଥ ଲଗାଣକlରୀ ସଂସ୍ଥାରୁ ଆଣିଥିବା ଋଣ କିସ୍ତି ନିମନ୍ତେ ପ୍ରତିନିଧି ଆସି କିସ୍ତି ପାଇଁ ଜୁଲୁମ କରୁଛନ୍ତି। ଏସବୁ ଅସୁବିଧା ସତ୍ୱେ ଘରୋଇ ବିଦ୍ୟାଳୟ RTE, act କୁ ସମ୍ମାନ ଦେଇ 25% ଅନଗ୍ରସର ଆଦିବାସୀ, ହରିଜନ ପିଲାଙ୍କୁ ମାଗଣା ଶିକ୍ଷା ଯୋଗେଇ ପାରିଛି। ଅନଲାଇନ ପାଠ ପଢ଼ା ଯାଉଥିଲେ ମଧ୍ୟ 25% ଛାତ୍ରଛାତ୍ରୀଙ୍କ ଦେୟ ସରକାର ପ୍ରଦାନ କରିବାର ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପ୍ରାପ୍ୟ ପାଇ ପାରି ନାହାନ୍ତି। ପ୍ରାପ୍ୟ ଓ ସହଯୋଗ ପାଇଁ 5ଦଫା ଦାବୀ ନେଇ ମହାମାରୀ ସମୟରେ ଜିଲ୍ଲାପାଳଙ୍କ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ବିଦ୍ୟାଳୟ ସଙ୍ଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking