ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗରିବଙ୍କ ପାଇଁ ଆଣିଛି ପରିବର୍ତନ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗରୀବ ଲୋକଙ୍କ ଜୀବନ ପଥରେ ଆଣି ଦେଇଛି ପରିବର୍ତ୍ତନ । ଜୟପୁର ସହରରେ ୮୦୦ ରୁ ଉର୍ଦ୍ଧ ପକାଘର ନିର୍ମାଣ କରିପାରିଛି ଆଜି ଜୟପୁର ପୌରପାଳିକା । ଗରୀବ ଏବଂ ସାଧାରଣ ଲୋକ ନିଜର ପକାଘର ହେବା ପରେ ବେଶ ଆନନ୍ଦ ଅନୁଭବ କରୁଛନ୍ତି । 

କୋରାପୁଟ ଜିଲ୍ଲା ଜୟପୁରରେ ଆଜି ବହୁ କୋଟିପତି ରହିଥିଲେ ବି ଆଜି କୁଡିଆ ଘର ବି କିଛି କମ ନାଇଁ । ଜଉ ତଳ ବର୍ଗର ଲୋକ ଆଜି ନିଜ ପାଇଁ ଭଲ ପକାଘର ଖଣ୍ଡିଏ କରିପାରିବନି ଭାବୁଥିଲା ତାହା ପାଇଁ ଆଜି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆଣିଦେଇଛି ବିଶ୍ଵାସ । ମୁଁ ବି ଭଲ ଛାତ ଘରେ ରହିପାରିବି ବୋଲି ନିଜେ ବେସ ଆନନ୍ଦ ଅନୁଭବ କୋରୁଛନ୍ତି ଉପଭୋକ୍ତା । ଗରିବ ହିତଧିକାରୀ ନିଜ ଘର ଖଣ୍ଡେ ନିର୍ମାଣ କରୀ ବେସ ଖୁସି ଅନୁଭବ କୋରୁଥୀବା ବେଳେ l ସରକାର ସହାୟତା ରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ଵାର ଉପକୃତ ହୋଇ ସରକାରଙ୍କୁ ଧନ୍ୟବାଦ ଜଣେଇଛନ୍ତି l

ଜୟପୁର ପୌରପାଳିକାର ୨୮ଟି ୱାର୍ଡ ରହିଥିବା ବେଳେ ୧୯୨୩ଟି ୱାର୍କ ଅର୍ଡ଼ର ପ୍ରଦାନ କରିଛି ।  ଜୟପୁର ପୌରପାଳିକା ସେଥିମଧ୍ୟରୁ ୮୦୦ରୁ ଉର୍ଦ୍ଧ PMAY ହିତଧିକାରୀ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଥିବା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here