27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ : ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରଣ କର

ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ : ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରଣ କର

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେତେକ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଠିକଣା ସମୟରେ ଲୋକଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ସହ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରଣ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ଦୁଇବର୍ଷ ମଧ୍ୟରେ ଏହି ପ୍ରକ୍ରିୟାକୁ କିପରି କାର୍ଯ୍ୟକାରୀ କରାଯିବ, ସେଥିନେଇ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ବୈଠକରେ ମୋଦୀ ଆହୁରି କହିଛନ୍ତି ଯେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାକୁ ଜିଲ୍ଲାପାଳମାନେ ଆଗାମୀ ୩ ମାସ ମଧ୍ୟରେ ଶେଷ ହୋଇପାରୁଥିବା ୧୦ଟି କାର୍ଯ୍ୟକୁୁ ତାଲିକାଭୁକ୍ତ କରନ୍ତୁ ।

ସେହିପରି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ସହ ମେଳ ଖାଉଥିବା ୫ଟି କାର୍ଯ୍ୟକୁ ତାଲିକାଭୁକ୍ତ କରିବାକୁ ମୋଦୀ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି । ନିଜ ଜିଲ୍ଲାକୁ ଜାତୀୟ ଓ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ ଦେବାକୁ ଜିଲ୍ଲାପାଳମାନେ ଉଦ୍ୟମ କରିବା ଉଚିତ ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ମୋଦୀ ଜିଲ୍ଲାପାଳମାନଙ୍କୁ ‘ଭୋକାଲ ଫର୍ ଲୋକାଲ’ ମନ୍ତ୍ର ଶୁଣାଇଛନ୍ତି । ତଦନୁଯାୟୀ ସଂପୃକ୍ତ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ଦକ୍ଷତା କ୍ଷେତ୍ରକୁ ଚିହ୍ନଟ କରିବାକୁ ପଡିବ ଏବଂ ଏହାକୁ ସମାଜର ସର୍ବାଙ୍ଗୀନ ଉନ୍ନତିରେ କିପରି ପ୍ରୟୋଗ କରାଯିବ, ସେ ସମ୍ପର୍କରେ ଯୋଜନା ମଧ୍ୟ ପ୍ରସ୍ତୁତ କରିବେ । ଆକାଂକ୍ଷୀ ଜିଲ୍ଲାଭାବେ କେନ୍ଦ୍ର ସରକାର ୨୨ଟି ରାଜ୍ୟର ୧୪୨ଟି ଜିଲ୍ଲାକୁ ଚିହ୍ନଟ କରିଛନ୍ତି । ଏହି ଜିଲ୍ଲାଗୁଡିକରେ ସରକାରୀ ଯୋଜନାର ରୂପାୟନ ପଛୁଆ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking