34.8 C
Bhubaneswar
Friday, March 28, 2025
Homeଦେଶ ବିଦେଶଆଜି ଅମୃତ ଭାରତ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଆଜି ଅମୃତ ଭାରତ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଦେଶବାସୀଙ୍କୁ ୪୧ ହଜାର କୋଟିର ଭେଟି । ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ସାରା ଦେଶରେ ଅମୃତ ଭାରତ ଷ୍ଟେସନର ଶିଳାନ୍ୟାସ କରିବେ ପିଏମ୍ । ପ୍ରଥମ ପର୍ୟ୍ୟାୟରେ ୫୫୪ର ଷ୍ଟେସନର ନିଅଁ ପଡ଼ିବ । ଏଥିରେ ଓଡ଼ିଶାର ୨୧ଟି ଅମୃତ ଭାରତ ଷ୍ଟେସନ ରହିଛି । ବୁନିଆଦି ଢାଞ୍ଚାରେ ଦେଶର ଅଧିକାଂଶ ଷ୍ଟେସନର ଭିତ୍ତିଭୂମିରେ ପରିବର୍ତ୍ତନ ହେବ । ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୫୫୩ ରେଳ ଷ୍ଟେସନ ଚୟନ କରାଯାଇଛି । ପ୍ରାୟ ୧୯ ହଜାର କୋଟି ଟଙ୍କା ବ୍ୟୟରେ ନବୀକରଣ ହେବ । ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିବ । ଷ୍ଟେସନ ଗୁଡ଼ିକରେ ସ୍ଥାନୀୟ ସଂସ୍କୃତି, ଲୋକକଳାରେ ଚିତ୍ରୀତ ହେବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ରୋଡ୍ ଓଭର ବ୍ରିଜ୍, ଅଣ୍ଡର ପାସ୍ ମଧ୍ୟ ଶିଳାନ୍ୟାସ କରିବେ । କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଥିବା କିଛି ପ୍ରକଳ୍ପର ଉଦଘାଟନ କରିବେ ମୋଦି । ଏଥିରେ ଦିଲ୍ଲୀର ତିଲକ୍ ବ୍ରିଜ୍ ରେଲଓ୍ବେ ଷ୍ଟେସନ ମଧ୍ୟ ସାମିଲ୍ ରହିଛି । ପୂର୍ବତଟ ରେଳପଥର ୨୨ ଓ ଓଡ଼ିଶାର ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ସୋମବାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୪ଟି ନୂଆ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ବାରଙ୍ଗ ଓ ମଞ୍ଚେଶ୍ୱର ମଝିରେ କଳାରାହାଙ୍ଗ ନିକଟରେ ଏକ ରୋଡ୍‌ ଓଭର ବ୍ରିଜ୍‌ର ଶିଳାନ୍ୟାସ ମଧ୍ୟ ହେବ । ବାରଙ୍ଗ ଓ ମଞ୍ଚେଶ୍ୱର ରେଳ ଷ୍ଟେସନ ମଝିରେ ତଥା ପଟିଆ ଏନଏସି ରୋଡ୍‌ ନିକଟରେ ଆଉ ଏକ ଆରଓବି ହେବ । ଅନ୍ୟ ଦୁଇଟି ଆରଓବି ତରାବୋଇ ଗେଟ୍‌ ନିକଟରେ ବେଣାପଞ୍ଜରୀ ଗାଁରେ କାଇପଦର ରେଳ ଷ୍ଟେସନରେ ତଥା ଭୂଷଣ୍ଡପୁର ଷ୍ଟେସନ ପରିସରରେ ହେବ । ଏହି ଶିଳାନ୍ୟାସ ଓ ଉଦଘାଟନ ପାଇଁ କଳାରାହାଙ୍ଗ ଓ ପଟିଆରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking