31.1 C
Bhubaneswar
Friday, March 29, 2024
Home୪୪ ତମ ଚେସ୍ ଅଲିମ୍ପିଆଡ୍ ଚେନ୍ନାଇ -୨୦୨୨ଚେନ୍ନାଇରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଚେନ୍ନାଇରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୮ରେ ଚେନ୍ନାଇ ଗସ୍ତ କରି ୪୪ତମ ଚେସ ଅଲିମ୍ପିଆଡର ଉଦଘାଟନ କରିବେ । ଅଲିମ୍ପିଆଡ୍ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ମମଲାପୁରମ୍ ଠାରେ ଅନୁଷ୍ଠିତ ହେବ । ୧୮୭ ଟି ଦେଶରୁ ୨,୦୦୦ରୁ ଅଧିକ ଖେଳାଳି ଅଲିମ୍ପିଆଡ୍ ସିରିଜରେ ଅଂଶଗ୍ରହଣ କରିବେ । ଏହି ଟୁର୍ନାମେଣ୍ଟର ଗ୍ରାଣ୍ଡ ଉଦଘାଟନୀ ସମାରୋହ ଜୁଲାଇ ୨୮ରେ ଚେନ୍ନାଇର ନେହେରୁ ଇନଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତା ଆରମ୍ଭ କରିବେ ।

ଚେସ୍ ଅଲିମ୍ପିଆଡ୍ ଇତିହାସର ପ୍ରାୟ ୧୦୦ ବର୍ଷ ମଧ୍ୟରେ, ଏହା ପ୍ରଥମ ଥର ପାଇଁ ଭାରତ ଏହି ପ୍ରମୁଖ କ୍ରୀଡା ଇଭେଣ୍ଟ ଆୟୋଜନ କରିବ । ଋଣକୌଶଳ, ତୀକ୍ଷ୍ମ ବୁଦ୍ଧିର ଖେଳ ଭାବେ ପରିଚିତ ଚେସ୍‌ର ଆରମ୍ଭ ଭାରତରୁ ହୋଇଥିବାର ଗବେଷକଙ୍କ ମତ । ମାନସିକ ବୁଦ୍ଧିର ଏହି ଖେଳକୁ ବିଶ୍ୱସ୍ତରରେ ୬୦ କୋଟିରୁ ଅଧିକ ଲୋକ ନିୟମିତ ଖେଳୁଥିବାର ଜଣାପଡ଼ିଛି । ୨୦୧୨ରେ ହୋଇଥିବା ଅନୁଧ୍ୟାନ ଅନୁସାରେ, ବିଶ୍ୱର ୭୦ ପ୍ରତିଶତ ଲୋକ ସେମାନଙ୍କ ଜୀବନକାଳରେ ଚେସ୍ ଖେଳିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking