30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଖାଇବା ତେଲର ମୂଲ୍ୟ ହ୍ରାସ

ଖାଇବା ତେଲର ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ : ସରକାରଙ୍କ ଠିକ୍ ସମୟରେ ହସ୍ତକ୍ଷେପ ହେତୁ ଖୁଚୁରା ବଜାରରେ ଖାଇବା ତୈଳ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ସରକାରୀ ତଥ୍ୟ ଅନୁଯାୟୀ, ଚିନାବାଦାମ ତେଲ ବ୍ୟତୀତ ଅନ୍ୟାନ୍ୟ ତେଲର ହାରାହାରି ଖୁଚୁରା ମୂଲ୍ୟ ଚଳିତ ମାସ ଆରମ୍ଭରୁ ସାରା ଦେଶରେ ହ୍ରାସ ପାଇଛି । କିଲୋଗ୍ରାମ ପ୍ରତି ୧୫୦ରୁ ୧୯୦ଟଙ୍କା ମଧ୍ୟରେ ରହିଛି । ଗତ ସପ୍ତାହରେଆଦାନୀ ୱିଲମାର ଏବଂ ମଦର ଡେରି ପକ୍ଷରୁ ବିଭିନ୍ନ ପ୍ରକାରର ଖାଇବା ତେଲ ପାଇଁ ଏମଆରପି (ସର୍ବାଧିକ ଖୁଚୁରା ମୂଲ୍ୟ) ଲିଟର ପିଛା ୧୦-୧୫ ଟଙ୍କା ହ୍ରାସ କରିଛନ୍ତି ।ଉଭୟ କମ୍ପାନୀ କହିଛନ୍ତି ଯେ ନୂତନ ଏମଆରପି ସହିତ ଷ୍ଟକ୍ ଶୀଘ୍ର ବଜାରକୁ ଆସିବ । ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୧ରେ ଚିନା ବାଦାମ ତେଲର ହାରାହାରି ଖୁଚୁରା ମୂଲ୍ୟ (ପ୍ୟାକ୍ ହୋଇଥିବା) କିଲୋଗ୍ରାମ ପିଛା ୧୮୮.୧୪ ଟଙ୍କା ଥିଲା, ଜୁନ୍ ୧ରେ କେଜି ପିଛା ୧୮୬.୪୩ଟଙ୍କା ଥିଲା । ସୋରିଷ ତେଲର ମୂଲ୍ୟ ୧ଜୁନ୍‌?୨୦୨୧ରେ ଥିବା ୧୮୩.୬୮ରୁ ଜୁନ୍ ୧୮୦.୮୫ଟଙ୍କାକୁ ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking