40.1 C
Bhubaneswar
Thursday, April 25, 2024
Homeଓଡିଶାଆଜି ଆସିପାରେ ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ! ପୁଣି ଥରେ ପତ୍ନୀ ଓ...

ଆଜି ଆସିପାରେ ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ! ପୁଣି ଥରେ ପତ୍ନୀ ଓ ଶ୍ୱଶୁରଙ୍କୁ ପଚରାଉଚରା କରିବ ପୋଲିସ୍ ଟିମ୍‌

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ । ମୃତ୍ୟୁର ୪୮ ଘଣ୍ଟା ପରେ ବି ରହସ୍ୟ ଉପରୁ ପରଦା ହଟିନି । ଅଧିକ ଖୋଳତାଡ ପାଇଁ ଆଜି ପୁଣି ଥରେ ଧର୍ମେନ୍ଦ୍ରଙ୍କ ଘରକୁ ଯିବ ପୋଲିସ ଟିମ୍‌ । ୩ ଜଣିଆ ମହିଳା ଟିମ୍‌ ଓ ଜଣେ ଏସିପି ର‍୍ୟାଙ୍କର ଅଫିସର ତାଙ୍କ ଘରକୁ ଯିବେ । ଧର୍ମେନ୍ଦ୍ରଙ୍କ ପତ୍ନୀ ଓ ଶ୍ୱଶୁରଙ୍କୁ ପଚରାଉଚରା କରିବ ଟିମ୍‌ । ଗତକାଲି ମଧ୍ୟ ଶିଶୁପାଳଗଡ଼ ଲକ୍ଷ୍ମୀବିହାର ଘରକୁ ଯାଇ ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା ପୋଲିସ ।

ଆଜି ଆସିପାରେ ପୋଷ୍ଟମର୍ଟମ ରିପୋର୍ଟ । ଧର୍ମେନ୍ଦ୍ରଙ୍କର ଦୁଇଟି ମୋବାଇଲ୍‌ ଫୋନ୍‌ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍‌ ଲାବକୁ ପଠାଯାଇଛି । ମୋବାଇଲରେ ରହସ୍ୟମୟ ଭିଡିଓ ଥିବା ମୃତ୍ୟୁ ପୂର୍ବରୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ ଧର୍ମେନ୍ଦ୍ର । ସେହି ଭିଡିଓର ରହସ୍ୟ ଭେଦିବ ଧଉଳି ଥାନା ପୋଲିସ । କାହିଁକି ଆତ୍ମହତ୍ୟା କଲେ ଧର୍ମେନ୍ଦ୍ର ? ଜୀବନ ହାରିବାର କାରଣ କ’ଣ ? କୌଣସି ଆର୍ଥିକ ସମସ୍ୟା ଥିଲା କି ? ଆତ୍ମହତ୍ୟା ଦିନ କିମ୍ବା ତାପୂର୍ବରୁ ଘରେ ଝଗଡ଼ା ହୋଇଥିଲା କି ? ଆତ୍ମହତ୍ୟା ଦିନ ଘରେ କିଏ କିଏ ଥିଲେ ? ପୂର୍ବରୁ କିଛି କଥା କହିଥିଲେ କି ଧର୍ମେନ୍ଦ୍ର ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ ପୋଲିସ । ଏଯାଏ ପୋଲିସକୁ ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ ଫୋନ୍‌ ଓ ଘରର ସିସିଟିଭି ଫୁଟେଜ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking