18.1 C
Bhubaneswar
Sunday, November 24, 2024
Homeଓଡିଶାନାବାଳିକାର ବାହାଘରକୁ ଅଟକାଇଲା ପୁଲିସ

ନାବାଳିକାର ବାହାଘରକୁ ଅଟକାଇଲା ପୁଲିସ

କଟକ: ମଧ୍ୟପ୍ରଦେଶର ଜଣେ ରଙ୍ଗ ମିସ୍ତ୍ରିଙ୍କ ସହିତ ଜଣେ ନାବାଳିକାଙ୍କୁ ପରିବାର ଲୋକେ ବିବାହ ଦେବାର ଉଦ୍ୟମ ପସର ଫଶଟିଛି । ଗଡ଼ଗଡ଼ିଆ ମନ୍ଦିର ପରିସରରେ ଆଜି ଏହି ବିବାହ ହେଉଥିବା ବେଳେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଅତର୍କୀତ ଚଢ଼ଉ କରି ବିବାହ ବନ୍ଦ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ପଠାଇଦେଇଛି । ଏଥିସହ ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ପୁଲିସ ଥାନାରେ ଅଟକ ରଖିଛିି । ଗୁରୁଡ଼ିଝାଟିଆଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗତ ମଙ୍ଗଳବାର ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ କେଉଁଆଡ଼େ ଫେରାର ହୋଇଯାଇଥିଲେ ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କର ମଧ୍ୟପ୍ରଦେଶ ତିଲିବାଡ଼ ଅଞ୍ଚଳର ଜଣେ ରଙ୍ଗ ମିସ୍ତ୍ରି ତୁଲସୀ ରାମ (୨୫)ଙ୍କ ସହିତ ତା’ର ବିବାହ କରାଇବାକୁ ମସୁଧା କରିଥିଲେ । ଦୁଇ ପରିବାର ଲୋକ ଗଡ଼ଗଡ଼ିଆ ମନ୍ଦିରରେ ପହଞ୍ଚି ବିବାହ ଆୟୋଜନ କରିଥିଲେ । ପୁଲିସ ଖବର ପାଇବା ପରେ ମନ୍ଦିରରେ ଚଢ଼ଉ କରି ବାହାଘର ବନ୍ଦ କରିଥିଲା । ଅନ୍ୟପଟେ ଉଭୟ ଚାଇଲ୍ଡ ଲାଇନ୍ ଓ ସିଡିପିଓ ନାବାଳିକାଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଥିଲେ । ଦିନ ପ୍ରାୟ ୩ଟା ବେଳେ ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରି ବୟାନ ରେକର୍ଡ କରିଥିଲେ । ତାଙ୍କ ଇଚ୍ଛା ବିରୋଧରେ ଏଭଳି ବିବାହ ପରିବାର ଲୋକେ ଆୟୋଜନ କରିଥିବା ସିଡବ୍ଲୁସିଙ୍କ ସାମନାରେ ନାବାଳିକା ବୟାନ ରଖିଛନ୍ତି । ସିଡବ୍ଲୁସିଙ୍କ ନିର୍ଦ୍ଦେଶକ୍ରମେ ନାବାଳିକାଙ୍କୁ ଚାଇଲ୍ଡଲାଇନକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking