24.1 C
Bhubaneswar
Tuesday, May 24, 2022
Homeଅପରାଧପୋଲିସ ଜୁଲୁମ୍ ପ୍ରତିବାଦରେ ଥାନା ଘେରାଉ

ପୋଲିସ ଜୁଲୁମ୍ ପ୍ରତିବାଦରେ ଥାନା ଘେରାଉ

ଗଞ୍ଜାମ : ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦିଗପହଣ୍ଡି ସାହାଣି ସାହି ଲୋକଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଆଜି ଉତ୍ତେଜିତ ସାହି ବାସିନ୍ଦା ଥାନା ଘେରାଉ କରିଛନ୍ତି । ପୁଲିସ୍ କର୍ମଚାରୀମାନେ ଜଣେ ନିରିହ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିବା ପ୍ରତିବାଦରେ ସାହି ବାସିନ୍ଦା ଏହିଭଳି ପଦକ୍ଷେପ ନେଇଛନ୍ତି । ପ୍ରାୟ ଦୁଇ ଘଣ୍ଟା ଧରି ଥାନା ମୁଖ୍ୟ ଫାଟକରେ ପ୍ରତିବାଦ କରିଛନ୍ତି ଜନସାଧାରଣ । ତାଙ୍କ ସାହି ବାସିନ୍ଦାଙ୍କୁ ପୁଲିସ୍ କାହିଁକି ଅନ୍ୟାୟ ଭାବେ ମାଡ ମାରିଛି ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିବା ସହ ବିଭିନ୍ନ ନାରାବାଜି କରିଥିଲେ । ମାଡ ମାରିଥିବା ପୁଲିସ୍ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଥାନାରେ ଦେଇଥିଲେ ।

ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ସାହି ବାସିନ୍ଦା । ସାହାଣି ସାହିର କୁମାର ଦାଶ ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ ଲୁହା ଆଲମାରି କମ୍ପାନୀରେ କାମ କରି ଶୋଇ ପଡିଥିଲେ । ଗତକାଲି ରାତ୍ର ସାଢେ ୧୦ଟା ସମୟରେ ପରିଶ୍ରା ପାଇଁ ବାହାରକୁ ଆସିଥିବା ସମୟରେ ପୁଲିସ୍ ପେଟ୍ରୋଲିଂ ଗାଡି ଆଗରେ ପଡିଯାଇଥିଲେ । କର୍ମଚାରୀମାନେ କିଛି ପଚରାଉଚରା ନକରି କୁମାର ଦାଶଙ୍କୁ ଉଠାଇନେଇ ପୁଲିସ୍ ଗାଡି ଭିତରେ ନିସ୍ତୁକ ମାଡ଼ମାରି ପୁଣି ତାଙ୍କ ଆଲମାରି ଦୋକାନ ପାଖରେ ଛାଡିଥିଲେ । ସେ ପୁଲିସ୍ ଆଗରେ ଯେତେ ନେହୁରା ହେଉଥିଲେ ମଧ୍ୟ ସେମାନେ ଅମାନୁସିକ ଭାବେ ପିଟି ଚାଲିଥିଲେ । ସକାଳୁ କୁମାର ଦାଶ ମେଡିକାଲ୍ ଯାଇ ଚିକିତ୍ସିତ ହେବା ପରେ ବ୍ରହ୍ମପୁର ବଡ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।

ଏହି ଖବର ସାହି ଲୋକ ଜାଣିବା ପରେ ସେମାନଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିଲା । ଆଜି ଉତ୍ତେଜିତ ଅଞ୍ଚଳବାସୀ ଥାନା ଘେରିବା ସହ ଅଭିଯୁକ୍ତ ପୁଲିସ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଦିଗପହଣ୍ଡି ସହରାଞ୍ଚଳରେ ରାତ୍ର ୯ଟା ପରେ କର୍ଫ୍ୟୁ ଜାରି ରହୁଛି । ପୁଲିସ୍ ପେଟ୍ରୋଲିିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାତ୍ର ୨ଟାରେ ସାହାଣି ସାହିର କୁମାର ଦାଶ ନାମକ ଏକ ଯୁବକ ରାତ୍ରୀରେ ସନ୍ଦେହଜନକ ଭାବେ ବୁଲୁଥିଲେ । ଏଭଳି ଅବସ୍ଥାରେ ପୁଲିସ୍ ତାକୁ ଅଟକାଇ ପଚରାଉଚରା କରୁଥିବା ସମୟରେ କୁମାର ଦାଶ ପୁଲିସ୍‌କୁ ଦୁର୍ବ୍ୟବହାର କରିଥିଲେ । କିନ୍ତୁ ପୁଲିସ୍ ତାକୁ ଧରି ଆଣି ତାଗିଦ୍ କରିଥିଲା ବୋଲି ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭାତ୍ରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking