39.1 C
Bhubaneswar
Wednesday, April 24, 2024
Homeଓଡିଶା୫୦ ହଜାର ନେଉଥିଲେ, ଫସିଲେ

୫୦ ହଜାର ନେଉଥିଲେ, ଫସିଲେ

ଫୁଲବାଣୀ : ୫୦ ହଜାର ଲାଂଚ ନେଇ ଧରା ପଡିଲେ ପିଆଇଏ ପ୍ରୋଜକ୍ଟେ ଆସୋସିଏଟ । ପ୍ରୋଜେକ୍ଟ ଆସୋସିଏଟ ନଗେନ୍ଦ୍ର ସନାଥ ସ୍ୱାଇଁ ଙ୍କୁ ଧରିଲା ଭିଜିଲାନ୍ସ । ପୋଖରୀ ଖୋଳା ବିଲ୍ କରାଇଦେବା ପାଇଁ ଲାଂଚ ନେବା ବେଳେ ଧରା ପଡିଲେ । ବିଲ୍ ପାସ୍ କରିବାକୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ପ୍ରୋଜେକ୍ଟ ଆସୋସିଏଟ୍ ନଗେନ୍ଦ୍ର ସ୍ୱାଇଁ । ଏହାସହିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବା ସୂଚନା ମିଳିଛି । କିନ୍ତୁ ଏବେ ଯାଏଁ ଚଢାଉ ନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ । ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଦୁପି ଓ ଏଡିପଡ଼ର ଗାଁରେ ୨ ଜଣ ହିତାଧିକାରୀଙ୍କ ବିଲ୍ପାସ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ତୁମୁଡିବନ୍ଧ ପ୍ରୋଜେକ୍ଟ ଆସୋସିଏଟ୍ । ଠିକ୍ ଏହି ସମୟରେ ପ୍ରୋଜେକ୍ଟ ଆସୋସିଏଟ୍ ନଗେନ୍ଦ୍ର ସ୍ୱାଇଁଙ୍କ କାବୁ କରିଥିଲା ଭିଜିଲାନ୍ସ । ଘଟଣାସ୍ଥଳରୁ ନଗଦ ଟଙ୍କାକୁ ଜବତ ସହ ପ୍ରୋଜେକ୍ଟ ଆସୋସିଏଟ୍ଙ୍କୁ ଗିରଫ କରିଛି ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking