33.1 C
Bhubaneswar
Wednesday, April 24, 2024
Homeଓଡିଶାଦୁଷ୍କର୍ମକାରୀଙ୍କୁ ୭ ବର୍ଷ ଜେଲ୍

ଦୁଷ୍କର୍ମକାରୀଙ୍କୁ ୭ ବର୍ଷ ଜେଲ୍

ଅନୁଗୋଳ : ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବଳରାମ ବେହେରା ଓରଫ୍ ବଳେଇ ୧୯ା୪ା୨୦୧୫ରେ ଉକ୍ତ ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ତାଙ୍କ ସ୍ୱାମୀଙ୍କ ଦେହ ଅସୁସ୍ଥ ଥିବା ବାହାନାକରି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି କହି ତାଙ୍କୁ ସେଠାରୁ ନେଇ କାଳୀ ମନ୍ଦିର ଛକ ନିକଟସ୍ଥ ବୁଦାମୂଳରେ ଦୁଷ୍କର୍ମ କରିବା ସହ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ଏକ ପଥରରେ ମୁହଁକୁ ଛେଟିଥିଲେ । ବେକକୁ ଦଉଡ଼ିରେ ବାନ୍ଧି ନଦିକଟସ୍ଥ ନାଳ ପାଖରେ ଥିବା ଏକ ବୁଦାମୂଳରେ ରକ୍ତାକ୍ତ ଅବସ୍ଥାରେ ପକାଇ ସେଠାରୁ ପଳାଇଯାଇଥିଲେ । ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାର କରି କଟକ ବଡ ଼ମେଡିକାଲକୁ ନେଇଥିଲେ ।

ଏ ନେଇ କୋଲିୟରୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲେ । ପୀଡ଼ିତା ଓ ସାକ୍ଷୀମାନଙ୍କ ବୟାନକୁ ଆଧାରକରି ବିଚାରାଧୀନ କଏଦୀ ବଳରାମଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରବିନ୍ଦ୍ର କୁମାର ଦାସ ୭ବର୍ଷ ଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ଘୋଷଣା କରିଛନ୍ତି । ଏହି ମୋକଦ୍ଦମାକୁ ସରକାରୀ ଓକିଲ ନିର୍ମଳ କୁମାର ତ୍ରିପାଠୀ, ଜ୍ୟୋତିପ୍ରକାଶ ମହାପାତ୍ର ଏବଂ ନରେଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking