ଓଡିଶାବାସୀଙ୍କ ହୃଦୟରେ ହକି ଅଛି

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ସର ଅନୁଭୂତି ବଖାଣିଛି ଭାରତୀୟ ମହିଳା ହକି ଟିମ । ସାମ୍ବାଦିକ ସମ୍ମିଳନୀରେ ହକି ଟିମ କ୍ୟାପଟେନ ରାନୀ ରାମପାଲଙ୍କ ସୂଚନା ଦେଇ କହିଛନ୍ତି ଆଗାମୀ ଟାର୍ଗେଟ ଏସିଆ କପ । ସେ ଓଡିଶାକୁ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି । ଓଡିଶା ଯେଭଳି ସ୍ନେହ ଦେଇଛି ତାହା ଉଦାହରଣ ଯୋଗ୍ୟ । ପ୍ରତିଟି ଓଡିଶାବାସୀଙ୍କ ହୃଦୟରେ ହକି ରହିଛି, ଏହା ଖୁବ ଆକର୍ଷିତ କରେ । କ୍ରୀଡା ପାଇଁ ନବୀନ ଅନେକ କାମ କରିଛନ୍ତି । ଭିତ୍ତିଭୂମି ସଜାଡିଛନ୍ତି ।

ଅଲମ୍ପିକ୍ସରେ ଚମକୃତ ପ୍ରଦର୍ଶନ ପରେ ଭାରତୀୟ ହକି ଟିମ୍ ସମଗ୍ର ଦେଶ ବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିଛି । ଭାରତୀୟ ହକି ଟିମ୍‌କୁ ପ୍ରଧାନ ମନ୍ତ୍ରୀଙ୍କ ତରଫରୁ ମଧ୍ୟ ଅନେକ ସୁଭେଚ୍ଛା ଏବଂ ସୁଭକାମନା ମିଳିଛି । ଏହା ସହ ସ୍ୱାଧୀନତା ଦିବସରେ ମଧ୍ୟ ଲାଲ କିଲ୍ଲାରେ ଉପସ୍ଥିତ ରହିବାକୁ ଅନ୍ୟ ଭାରତୀୟ ଅଲମ୍ପିକ କ୍ରିଡ଼ାବିତ୍‌ଙ୍କ ସହ ହକି ଟିମ୍ କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଭାରତର ଜାତୀୟ ଖେଳ ହୋଇ ଭି ହକିକୁ ସେତିକି ଗୁରୁତ୍ୱ ଦିଆନଯାଉଥିବା କୁହାଯାଇଛି । ଅଲମ୍ପିକ୍ସରେ ଚମକୃତ ପ୍ରଦର୍ଶନ ପରେ ହକି ଖେଳକୁ ଭାରତରେ ଗୁରୁତ୍ୱ ଦିଆଯିବାକୁ ବିଭିନ୍ନ ପକ୍ଷରୁ କୁହାଯାଇଛି । ହକି ଖେଳକୁ ଅଧିକ ଗୁରୁତ୍ୱ ଦେଲେ ପରବର୍ତ୍ତୀ ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ଆହୁରି ଭଲ ପ୍ରଦର୍ଶନ କରିପାରିବ ବୋଲି ବିଭିନ୍ନଞ୍ଚଜ୍ଞାନୀ ଲୋକ ମତ୍ତ ପ୍ରଦାନ କରିଛନ୍ତି । ପୁରୁଷ ଦଳ ୪୧ ବର୍ଷ ମଧ୍ୟରେ ହକିରେ ଭାରତର ପ୍ରଥମ ଅଲିମ୍ପିକ ପଦକ ଜିତିଥିବାବେଳେ ମହିଳା ଦଳ ବ୍ରୋଞ୍ଜ ପଦକକୁ ଉନ୍ନୀତ ହୋଇଥିଲେ ।

ସୂଚନାଯୋଗ୍ୟ , ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଅଭିଯାନ ପରେ ଭାରତୀୟ ହକି ଟିମ୍ ଓଡ଼ିଶାରେ ପହଞ୍ଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ହକି ଟିମ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଉଭୟ ଟିମ୍ କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି ।  ୨୦୧୮ରୁ ଭାରତୀୟ ହକି ଟିମ୍ ରେ ପ୍ରାୟୋଜକ ରହିଛି ଓଡ଼ିଶା । ଖେଳାଳି ରହିବା ପାଇଁ ରାଜଧାନୀର ସ୍ୟାଣ୍ଡି ଟାୱାର ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ଇତିହାସ ରଚିଛନ୍ତି ।
ଖେଳାଳି ରହିବା ପାଇଁ ରାଜଧାନୀର ସ୍ୟାଣ୍ଡି ଟାୱାର ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ଇତିହାସ ରଚିଛନ୍ତି ।

LEAVE A REPLY

Please enter your comment!
Please enter your name here