34.1 C
Bhubaneswar
Thursday, April 25, 2024
Homeଓଡିଶାପିସିସି ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ପିସିସି ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ

  • ଓଡ଼ିଶାର ସଂଗ୍ରାମୀ ମାନଙ୍କର ବଳିଦାନ ଅବିସ୍ମରଣୀୟ

ଭୁବନେଶ୍ୱର ତା. ୧୫.୮- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପ୍ରଦେଶ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ସେବାଦଳ ପକ୍ଷରୁ ପରିଚାଳିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଜାତୀୟ ପତାକା ଉତୋଳନ କରି କହିଲେ ଯେ ପରାଧିନ ଭାରତବର୍ଷର ସ୍ୱାଧୀନତା ଓ ମହାତ୍ମା ଗାନ୍ଧୀଙ୍କ ଆବିର୍ଭାବ ଅବିସ୍ମରଣୀୟ । ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମୀ ମାନଙ୍କର ସଂଘର୍ଷ ଓ ବଳିଦାନକୁ ଆମ୍ଭେମାନେ ଭୁଲିଯିବା ଉଚିତ୍ ନୁହେଁ । ଓଡ଼ିଆ ମାନଙ୍କର ସାହସ ଓ ସଂଗ୍ରାମ ଅତୁଳନୀୟ । କଂଗ୍ରେସ ଦଳ ମଧ୍ୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ତ୍ୟାଗ ଓ ସ୍ୱାଧୀନତା ପରେ ଦେଶଗଠନ ପାଇଁ ଉଦ୍ୟମ ଜାରିରଖିଛି ।

ଏପରିକି କରୋନା ମହାମାରୀ ସମୟରେ ଜନସେବାକୁ ଗୁରୁତ୍ୱ ଦେଇ ନିସ୍ୱାର୍ଥପର ସେବା କରିଛି । ଅଲମ୍ପିକ ପଦକ ପ୍ରାପ୍ତ ଭାରତୀୟ ହକି ଦଳରେ ଦୁଇଜଣ ଓଡ଼ିଆ ଖୋଳାଳିଙ୍କ ପାଇଁ ଆମେ ଆଜି ଗର୍ବିତ । ସମସ୍ତେ ଏକଜୁଟ ହୋଇ ନିସ୍ୱାର୍ଥପର ଭାବରେ ସଂଗଠନ ମାଧ୍ୟମରେ ଦେଶସେବା କରିବାକୁ କାର୍ଯ୍ୟକରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଦେଶ କଂଗ୍ରେସ ସେବା ଦଳ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜ୍ୟୋତିଷ କୁମାର ସାହୁ, ଏମଡି ଶାହାଦୁଲ୍ଲା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଡ. ଯୁଧିଷ୍ଠୀର ଜେନା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ଯଜେ୍ଞଶ୍ୱର ବାବୁ, ସ୍ମୃତି ରଞ୍ଜନ ଲେଙ୍କା, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ସସ୍ମିତା ବେହେରା, ରଶ୍ମି ମହାପାତ୍ର, ବିଶ୍ୱଜିତ ଦାଶ, ଚିନ୍ମୟ ସୁନ୍ଦର ଦାସ, ସ୍ୱାଧୀନବାଳା ଦାସ, ସୁଶାନ୍ତ ତ୍ରିପାଠୀ, ଦେଓ ପ୍ରସାଦ, କନକଲତା ମଲ୍ଲିକ, ମୋହନ ଜେନା, ନିରଦ ବରଣ ଖୁଂଟିଆ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ମନୋଜ ନାୟକ, ଶ୍ରୀୟାସ୍ମିତା ପଣ୍ଡା, ଦେବୀ ପ୍ରସାଦ ବାହାଲିଆ, ରାମକୃଷ୍ଣ ପରିଡ଼ା, ଉଷାରାଣୀ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ସଂକୁନା କହଁର, ସଂଜୟ ମିଶ୍ର, ତାପସ ସେଠୀ, ଭୀମସେନ ଭୋଇ, ଭାସ୍କର ଚନ୍ଦ୍ର ସେଠୀ, ପ୍ରକାଶ ମହାନ୍ତି, କୁଳମଣି ସାହୁ, ଗୋକୁଳାନନ୍ଦ ମହାପାତ୍ର, ମଂଟୁ ମଲ୍ଲିକ, ପ୍ରଭାବତୀ ପଟ୍ଟନାୟକ, ମୁନି ଥାପ୍ପା, ସାଗର ପରିଡ଼ା, ଅକ୍ରୁର ମଲ୍ଲିକ, ସୁକୁମାର ଦେଓ, ମନୋଜ ସାହୁ, ବସନ୍ତ ପଣ୍ଡା, ଝୁଲିଆ ବାରିକ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତା ଓ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking