28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପିସିସି ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ଚୂଡ଼ାନ୍ତ ପିସିସି ପର୍ଯ୍ୟବେକ୍ଷକ ନିଯୁକ୍ତ

ପିସିସି ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ଚୂଡ଼ାନ୍ତ ପିସିସି ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର ତା ୧୧.୧୨ – ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଗଠନ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ର୍ରିୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତ ସାଂଗଠନିକ ଜିଲ୍ଲା ନିମନ୍ତେ ପିସିସି ପର୍ଯ୍ୟବେକ୍ଷକ ମାନଙ୍କର ଚୂଡ଼ାନ୍ତ ନାମ ତାଲିକା ଘୋଷଣା କରିଛନ୍ତି । ଏହି ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ନିଜ ଦାୟିତ୍ୱରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଚଂଳ ଗ୍ରସ୍ତ କରିବେ । ଜିଲ୍ଲା କଂଗ୍ରେସ ସଭାପତି ନିଜ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରି ସ୍ଥାନ, ତାରିଖ ଓ ସମୟ ସ୍ଥିର କରିବେ ଏବଂ ବୈଠକ ସମ୍ପର୍କରେ ନିଜ ଜିଲ୍ଳାର ନେତୃବୃନ୍ଦ ମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ । ପର୍ଯ୍ୟବେକ୍ଷକ ମାନେ ବ୍ଲକ କମିଟି ଏବଂ ଜିଲ୍ଲା କମିଟିର ପ୍ରସ୍ତାବ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଡିସେମ୍ବର ୩୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଶ୍ରୀ ପଟ୍ଟନାୟକ ସମୟ ଧାର୍ଯ୍ୟ କରିଛନ୍ତି । ଅନୁଗୋଳ ଜିଲ୍ଲା ପାଇଁ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ପର୍ଯ୍ୟବେକ୍ଷକ ହୋଇଥିବା ବେଳେ ବାଲେଶ୍ୱର- ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ବରଗଡ଼ -ଶ୍ରୀ ରାଜକିଶୋର ଶଡ଼ଙ୍ଗୀ, ଭଦ୍ରକ- ଶ୍ରୀ ଉମାବଲ୍ଲଭ ରଥ, ଭୁବନେଶ୍ୱର- ଶ୍ରୀ ଗଣେଶ୍ୱର ବେହେରା, ବଲାଙ୍ଗୀର- ଶ୍ରୀ ସତ୍ୟଭୂଷଣ ସାହୁ, ବୌଦ୍ଧ- ଡ. ହମିଦ ହୁସେନ, କଟକ- ଶ୍ରୀ ସଂଗ୍ରାମ କେଶରୀ ଜେନା, କଟକ ନଗର- ଡ.ଦେବାଶିଷ ପଟ୍ଟନାୟକ, ଦେଓଗଡ଼- ଶ୍ରୀମତୀ ସସ୍ମିତା ବେହେରା, ଢ଼େଙ୍କାନାଳ- ଶ୍ରୀ ରଜତ ଚୌଧୁରୀ, ଆସ୍କା ସଂସଦୀୟ କ୍ଷେତ୍ର- ଶ୍ରୀ ସପ୍ତଗିରୀ ଉଲ୍ଲାକା, ଗଞ୍ଜାମ ଜିଲ୍ଲାର ଅବଶିଷ୍ଟ ୬ଗୋଟି ବିଧାନସଭା କ୍ଷେତ୍ର –ଶ୍ରୀ ଅକ୍ଷୟ କୁମାର ଆଚାର୍ଯ୍ୟ, ଗଜପତି- ଶ୍ରୀ ଶୁଭେନ୍ଦୁ ମହାନ୍ତି, ଜଗତସିଂହପୁର- ଶ୍ରୀ ଭୁଜବଳ ମାଝୀ, ଯାଜପୁର- ଶ୍ରୀ ଜ୍ଞାନଦେବ ବେଉରା, ଝାରସୁଗୁଡ଼ା- ଶ୍ରୀ ଦୁଲାଲ ପ୍ରଧାନ, କଳାହାଣ୍ଡି- ଶ୍ରୀ ସମରେନ୍ଦ୍ର ମିଶ୍ର, କନ୍ଧମାଳ- ଶ୍ରୀ ବିସ୍ମୟ ମହାପାତ୍ର, କେନ୍ଦ୍ରାପଡ଼ା- ଶ୍ରୀ ପଂଚାନନ କାନୁନଗୋ, କେନ୍ଦୁଝର- ଡ. ପ୍ରଫୁଲ ମାଝୀ, ଖୋର୍ଦ୍ଧା- ଶ୍ରୀ ସୁରେଶ ମହାପାତ୍ର, କୋରାପୁଟ- ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ମୟୁରଭଞ୍ଜ ଜିଲ୍ଲାର ସଦର ଓ ଉଦଳା ସବ୍‌-ଡିଭିଜନ- ଶ୍ରୀ ସୁଦର୍ଶନ ଦାସ, ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ରାଇରଙ୍ଗପୁର ସବ୍‌- ଡିଭିଜନ- ଶ୍ରୀ ବିଷ୍ଣୁଚରଣ ବାରିକ, ମାଲକାନଗିରି- ଶ୍ରୀ ଚନ୍ଦ୍ରଶେଖର ମାଝୀ, ନବରଙ୍ଗପୁର- ଶ୍ରୀ ପିତବାସ ପଣ୍ଡା, ନୂଆପଡ଼ା- ଶ୍ରୀ ଚିନ୍ମୟ ସୁନ୍ଦର ଦାସ, ନୟାଗଡ଼- ଶ୍ରୀ ନିଶିକାନ୍ତ ମିଶ୍ର, ପୁରୀ- ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ରାୟଗଡ଼ା- ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ରାଉରକେଲା- ଶ୍ରୀ ପଦ୍ମାକର ଗୁରୁ, ସମ୍ବଲପୁର- ଶ୍ରୀ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସୁବର୍ଣ୍ଣପୁର- ଶ୍ରୀ ମନୋରଞ୍ଜନ ଦାଶ, ସୁନ୍ଦରଗଡ଼- ଶ୍ରୀ ଯଜେ୍ଞଶ୍ୱର ବାବୁ ପ୍ରମୁଖଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking