40.1 C
Bhubaneswar
Thursday, April 25, 2024
Homeଓଡିଶାଆଗ ପଛ ହୋଇ ଚାଲିଗଲେ ବାପା ମା' ; ବେସାହାରା ହୋଇଗଲେ ୪ ଶିଶୁ

ଆଗ ପଛ ହୋଇ ଚାଲିଗଲେ ବାପା ମା’ ; ବେସାହାରା ହୋଇଗଲେ ୪ ଶିଶୁ

କେନ୍ଦୁଝର: ଆଗପଛ ହୋଇ ଚାଲିଗଲେ ବାପା ଓ ମା । ଅନାଥ ହୋଇଗଲେ ୪ ଶିଶୁ । ବାପା ମାଙ୍କ ମୃତ୍ୟୁ ପରେ ଏବେ ୧୨ ବର୍ଷର ବଡଭଉଣୀ ଉପରେ ପରିବାର ର ବୋଝ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚାୟତ ବେତଖୁଲି ଗାଁ ରେ । ଭାଗ୍ୟ ର ବିଡମ୍ବନା ଦୁଇବର୍ଷ ପୂର୍ବରୁ ସାନ ଝିଅ ବାଲମା କୁ ଜନ୍ମ ଦେବାପରେ ମା ସବିତା ଆରପାରିକୁ ଚାଲିଯାଇଥିଲେ । ସ୍ତ୍ରୀ ଙ୍କ ମୃତ୍ୟୁ ପରେ ଯାହା ଯେମିତି କରି ମଙ୍ଗୁଳୁ ମୁଣ୍ଡା ୪ ଶିଶୁଙ୍କୁ ନେଇ ଦୁଃଖେ କଷ୍ଟେ ପରିବାର ଚଳାଉଥିଲେ ।

ତେବେ ଗତ ଅଗଷ୍ଟ ମାସ ୨୪ ତାରିଖ ମଙ୍ଗଳବାର ଦିନ ମଙ୍ଗୁଳୁ ମୁଣ୍ଡା ମଧ୍ୟ ୪ପିଲାଙ୍କୁ ଅନାଥ କରି ଆରପାରିକୁ ଚାଲିଗଲେ ।ଘରେ କେବଳ ୧୨ ବର୍ଷ ର ବଡ ଭଉଣୀ ବାସନ୍ତୀ ଅନ୍ୟ ତିନି ଛୋଟ ଭାଇଭଉଣୀ । ମାଙ୍କ ମୃତ୍ୟୁ ପରେ ତିନି ଭାଇଭଉଣୀ ଙ୍କ ଦାୟିତ୍ୱ ବାସନ୍ତୀ ଙ୍କ ଉପରେ ନ୍ୟସ୍ତ ଥିଲା । ତେଣୁ ସେବେଠାରୁ ବାସନ୍ତୀ ଙ୍କ ପାଠପଢାରେ ପୂର୍ଣ୍ଣଛେଦ ପଡିଥିଲା । ଏବେ ବାପା ଙ୍କ ମୃତ୍ୟୁ ପରେ ତିନି ଭାଇଭଉଣୀ ଙ୍କ ସାହାରା ପାଲଟିଛନ୍ତି ବାସନ୍ତୀ । ସାହି ପଡିଶାରୁ ମାଗିଯାଚି ଯାହା ଆଣନ୍ତି ସେଥିରେ ଛୋଟ ଭାଇ ଭଉଣୀ ଙ୍କ ସହିତ ଓଳିଏ ଖାଇ ଓଳିଏ ଭୋକ ଉପାସରେ ରହିଯାଆନ୍ତି । ଅନାଥ ଭାଇ ଭଉଣୀ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଥଇଥାନ କରିବା କୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking