40.1 C
Bhubaneswar
Thursday, April 25, 2024
Homeଓଡିଶାପୁଅକୁ ନ୍ୟାୟ ପାଇଁ ଥାନା ଆଗରେ ଧାରଣାଦେଲେ ମା’ ବାପା

ପୁଅକୁ ନ୍ୟାୟ ପାଇଁ ଥାନା ଆଗରେ ଧାରଣାଦେଲେ ମା’ ବାପା

ବ୍ରହ୍ମପୁର:  ପୁଅକୁ ଭଲ ପାଠ ପଢିବା ପାଇଁ ସହରକୁ ଛାଡିଥିଲି । କିନ୍ତୁ ପୁଅ ଦୁନିଆରୁ ଛାଡି ଚାଲିଗଲା । ଏଭଳି କହି ଗୋଷାଇନୂଆଁଗା ଥାନା ସମ୍ନାରେ ଆସିକା ଥାନା ଅନ୍ତର୍ଗତ କରାତଳି ଗ୍ରାମର ଏ. ସୁରେଶ ଓ ତାଙ୍କ ସ୍ତ୍ରୀ ଦୁହେଁ ଧାରଣାରେ ବସି ରହିଛନ୍ତି । ପୁଅ ଏ. କାଳିଦାସଙ୍କ ମୃତ୍ୟୁ ପଛରେ ଏକ ଷଡ଼ଯନ୍ତ୍ର ହୋଇଛି । ତେଣୁ ତାଙ୍କ ପୁଅ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏନେଇ ସେ ପୂର୍ବରୁ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ପୁଅ ମୃତ୍ୟୁର ସଠିକ ତଦନ୍ତ କରିବା ନିମନ୍ତେ ଦାବି କରିଥିଲେ ।  କିନ୍ତୁ ତାଙ୍କ ଦୁଃଖ କେହି ନଶୁଣି ନଥିଲେ । ଯେଉଁଠି ପାଇଁ ସେ ଆଜି ବାଧ୍ୟ ହୋଇ ଥାନା ଆଗରେ ଧାରଣା ଦେଇଛନ୍ତି ବୋଲି ମୃତ ଏ. କାଳିଦାସଙ୍କ ବାପା ଏ. ସୁରେଶ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆସିକା ଥାନା ଅନ୍ତର୍ଗତ କରାତଳି ଗ୍ରାମର ଏ. କାଳିଦାସ ଦଶମ ପାସ୍ କାରିବା ପରେ ବ୍ରହ୍ମପୁର ଅନ୍ଧପସରା ରୋଡ଼ ସ୍ଥିତ ଶ୍ରୀଆନ୍ +୨ ବାଣିଜ୍ୟ ମହାବିଦ୍ୟାଳୟରେ ନାମ ଲେଖିଥିଲେ । କାଳିଦାସ ସେଠାରେ ପାଠ ପଢିବା ସହ ସେହି କଲେଜରେ ଥିବା ହଷ୍ଟେଲରେ ରହୁଥିଲେ ଏବଂ ତାଙ୍କ ସହ ଆଉ ୫ ଜଣ ଛାତ୍ର ରହୁଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ଦଶହରା ଛୁଟି ସାରିବା ପରେ କାଳିଦାସ କଲେଜକୁ ଫେରିଥିଲେ । ଏହାର କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ କାଳିଦାସ ବେକରେ ଦଉଡି ଲଗାଇ ଅତ୍ମହତ୍ୟା କରିଥିବା ଉକ୍ତ କଲେଜର ଅଧ୍ୟକ୍ଷ ତାଙ୍କ ପରିବାରଙ୍କୁ ଜଣାଇଥିବା ତାଙ୍କ ବାପା କହିଛନ୍ତି ।

କିନ୍ତୁ ପୁଅର ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ଦେଖିଲା ପରେ ପୁଅ ଅତ୍ମହତ୍ୟା କରିଥିବ ନେଇ ବାପା ସନ୍ଦେହ କରିଥିଲେ । ଏ ନେଇ ବାପା ସୁରେଶ ଗୋଷାଇନୂଆଁଗା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମାଲା ରୁଜୁ କରିଥିଲା । କିନ୍ତୁ ତାଙ୍କ ପୁଅର ମୃତ୍ୟୁ ପଛରେ ଏକ ଷଡ଼ଯନ୍ତ୍ର ରହିଛି । ଏହା ଅତ୍ମହତ୍ୟା ନୁହେଁ ଆତ୍ମହତ୍ୟା ନାମରେ ଏକ ହତ୍ୟା ବୋଲି ମୃତ କାଳିଦାସଙ୍କ ପିତା ସୁରେଶ ଅଭିଯୋଗ କରିଛନ୍ତି । ତେଣୁ ତାଙ୍କ ପୁଅ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରି ସେ ଏବଂ ତାଙ୍କ ସ୍ତ୍ରୀ ଗୋଷାଇନୂଆଁଗା ଥାନା ଆଗରେ ଧାରଣାରେ ବସି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking