40.1 C
Bhubaneswar
Thursday, April 25, 2024
Homeଓଡିଶାଦରମା ମାଗିବାରୁ କଲ୍‌ଗାର୍ଲ ସଜେଇ ଦେଲେ ମାଲିକ

ଦରମା ମାଗିବାରୁ କଲ୍‌ଗାର୍ଲ ସଜେଇ ଦେଲେ ମାଲିକ

ଭୁବନେଶ୍ୱର : ଚନ୍ଦ୍ରଶେଖରୁପୁ ଥାନା ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଜଣେ ଯୁବତୀ ମାଲିକଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦରମା ମାଗିବାରୁ କଲ୍‌ଗାର୍ଲ ସଜେଇ ଦେଇଥିବା ସେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଏପରିକି ଯୁବତୀ ଜଣଙ୍କ ଦରମା ମାଗିବାରୁ ମାଲିକ ଯୁବତୀଙ୍କ ଫଟୋ ଏବଂ ଫୋନ୍ ନମ୍ବର ଏସ୍‌କଟ୍ ସାଇଟ୍‌ରେ ଛାଡ଼ିଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଯୁବତୀଙ୍କ ମାନହାନୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ ଏହି ଅଭିଯୋଗ ଆଧାରରେ ତଦନ୍ତ କରୁଛି । ଅଭିଯୋଗ ଅନୁସାରେ, ସେ ଏକ ଘରୋଇ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଥିଲେ । ଦରମା ଟଙ୍କା ପାଇବାକୁ ନେଇ ଉକ୍ତ ସଂସ୍ଥା ସହ ଗଣ୍ଡଗୋଳ ହେବାରୁ ନ୍ୟାୟ ପାଇଁ ଥାନାକୁ ଯାଇଥିଲେ ଯୁବତୀ । ପୁଲିସ ବାବୁଙ୍କ ସାମ୍ନାରେ ସଂସ୍ଥାର ମାଲିକ ଅଫର ଲେଟରକୁ ଚିରି ଦେଇଥିବାବେଳେ ଯୁବତୀଙ୍କ ସହ ଦୁର୍ବବ୍ୟବହାର କରିଥିଲେ । ଏପରିକି ଅଜଣା ନମ୍ୱରରୁ ଯୁବତୀ ଓ ତାଙ୍କ ସମ୍ପର୍କୀୟଙ୍କ ଫୋନକୁ ଅଶ୍ଲୀଳ ମେସେଜ୍ ପଠାଉଥିବା ଅଭିଯୋଗ ହୋଇଛି । ଏହାସହ ଯୁବତୀଙ୍କ ଫଟୋରେ ଏସକର୍ଟ ସର୍ଭିସ୍ ଲେଖି ଭାଇରାଲ କରାଯାଉଥିଲେ ମଧ୍ୟ ପୋଲିସ ଚୁପ ରହିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking