34.1 C
Bhubaneswar
Friday, March 29, 2024
Homeଓଡିଶାଦିଲ୍ଲୀରେ ଦିଲ୍ ଦେଖାଇଲେ ଓଡ଼ିଆ ଯବାନ

ଦିଲ୍ଲୀରେ ଦିଲ୍ ଦେଖାଇଲେ ଓଡ଼ିଆ ଯବାନ

ଭୁବନେଶ୍ୱର:  ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବିନୋଦପଡ଼ା ଗ୍ରାମର ନବକିଶୋର ନାୟକ ବର୍ତ୍ତମାନ ସିଆଇଏସ୍‌ଏଫ୍‌ରେ କାର୍ଯ୍ୟରତ ଅଛନ୍ତି । ଦିଲ୍ଲୀରେ ତାଙ୍କର ପୋଷ୍ଟିଂ ହୋଇଛି । ଏହି ଓଡ଼ିଆ ଯବାନ ଜଣକ ନିକଟରେ ଏଭଳି କାରନାମା ରଚିଛନ୍ତି ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡ଼ିଆରେ ପ୍ରଶଂସାର ସୁଅ ଛୁଟିବା ସହ ‘ହିରୋ’ର ଆଖ୍ୟା ମିଳିଛି । କହିବାକୁ ଗଲେ ନିଜ କାର୍ଯ୍ୟରେ ଦିଲ୍ଲୀବାସୀଙ୍କ ଦିଲ୍ ଜିତିନେଇଛନ୍ତି ଏହି ଓଡ଼ିଆ ଯବାନ । ଘଟଣାକ୍ରମ କିଛି ଏହିପରି । ଗତ ଅଗଷ୍ଟ ୩ ତାରିଖରେ ନବକିଶୋରଙ୍କର ଡ୍ୟୁଟି ଦିଲ୍ଲୀର ଜନକପୁରୀ ମେଟ୍ରୋ ଷ୍ଟେସନ ଠାରେ ପଡ଼ିଥିଲା । ତେବେ ଏହି ସମୟରେ ଗୋଟିଏ ଅଘଟଣ ଘଟିଥିଲା । ୨୧ ବର୍ଷୀୟ ଜଣେ ଯୁବତୀ ହଠାତ୍ ଆତ୍ମହତ୍ୟା କରିବା ଲାଗି ଚଳନ୍ତା ମେଟ୍ରୋ ଟ୍ରେନ୍ ଆଗକୁ ମାଡ଼ିଯାଇଥିଲେ ।

ଏହି ସମୟରେ ସିଆଇଏସ୍‌ଏଫ୍ ଯବାନମାନଙ୍କ ନଜର ସେ ଆଡ଼କୁ ପଡ଼ିଥିଲା । କାଳବିଳମ୍ବ ନକରି ନବକିଶୋର ଏବଂ ତାଙ୍କ ସାଥିମାନେ ଯୁବତୀଙ୍କ ନିକଟକୁ ଦୌଡ଼ିକି ଯାଇଥିଲେ । ଟ୍ରେନ୍ ପାସ୍ କରିବାର ମାତ୍ର କିଛି ସେକେଣ୍ଡ ପୂର୍ବରୁ ସେମାନେ ଯୁବତୀଜଣକୁ ମୃତ୍ୟୁମୁଖରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ସେ ସମୟରେ ଯୁବତୀଜଣକ ସମ୍ପୁର୍ଣ୍ଣ ଭାବେ  ନିର୍ବସ୍ତ୍ର ଥିଲେ । ଏପରିସ୍ଥଳେ ନବକିଶୋର ମାନବିକତାର ପରିଚୟ ଦେଇ ନିଜର ୟୁନିଫର୍ମ ଖୋଲି ସାଙ୍ଗେ ସାଙ୍ଗେ ଯୁବତୀଙ୍କ ଦେହରେ ଘୋଡ଼ାଇ ଦେଇଥିଲେ । ଯାହାକୁ ଉପସ୍ଥିତ ଲୋକେ ପ୍ରଶଂସା କରିବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଏହି ଭିଡିଓ ଭାଇରାଲ ହେବାପରେ ସିଆଇଏସ୍‌ଏଫ୍ ଆଇଜି ଏବଂ ଦିଲ୍ଲୀ ସରକାର ନବକିଶୋରଙ୍କ ସମେତ ସାଥୀ ଯବାନଙ୍କୁ ଡକାଇ ସମ୍ବର୍ଦ୍ଧିତ କରିଛନ୍ତି । ଜାତୀୟ ରାଜଧାନୀରେ ଓଡ଼ିଆ ଯବାନଙ୍କ ଏହି ଭଲ କାମ ମଧ୍ୟ ରାଜ୍ୟପାଇଁ ଗୌରବ ଆଣିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking