34.1 C
Bhubaneswar
Friday, March 29, 2024
Homeଅପରାଧସୋସିଆଲ ମିଡିଆରେ ଓଡିଆ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଓଡିଆ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ

କେନ୍ଦ୍ରାପଡା: କେନ୍ଦ୍ରାପଡା ସହର ଉପକଣ୍ଠ ସଦର ଥାନା ଅଞ୍ଚଳର ଜଣେ ଆଲବମ ଅଭିନେତ୍ରୀ । ପୀଡିତ ଅଭିନେତ୍ରୀ ଜଣକ ପାଟକୁରା ଅଞ୍ଚଳରେ ତାଙ୍କ ପିଉସୀଙ୍କ ଘରେ ରହି +୨ ପାଠ ପଢୁଥିଲେ । ସେହି ସମୟରେ ପିଉସୀଙ୍କ ଘରକୁ ଜଣେ ଅଭିଯୁକ୍ତ ଯୁବକ ସବୁଦିନ ଯିବା ଆସିବା କରୁଥିଲା । ପରେ ଅଭିଯୁକ୍ତ ଯୁବକ ଜଣକ ପୀଡିତାଙ୍କୁ ପ୍ରେମଜାଲରେ ଫସାଇବାକୁ ଚେଷ୍ଟା କରିଥିଲା ହେଲେ ସେ ସେଥିରେ ବିଫଳ ହୋଇଥିଲା । ପ୍ରେମରେ ବିଫଳ ହେବାରୁ ଅଭିଯୁକ୍ତ ଜଣକ ପୀଡିତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା । ପରେ କୌଣସି କ୍ରମେ ଅଭିନେତ୍ରୀଙ୍କର ଏକ ଫଟୋ ସଂଗ୍ରହ କରିବା ପରେ ତାକୁ ଏଡିଟିଂ କରି ଅନ୍ୟମାନଙ୍କୁ ଦେଖାଇଦେବ ବୋଲି ଧମକ ଦେଇଥିଲା ଅଭିଯୁକ୍ତ ଜଣକ । ପୀଡିତା ଅଭିନେତ୍ରୀଙ୍କ ବୟସ ସେତବେଳକୁ ପ୍ରାୟ ୧୬ ବର୍ଷ ହେଇଥିଲା । ସେ କ’ଣ କରିବେ କିଛି ଜାଣିପାରି ନଥିଲେ । ଶେଷରେ ବାଧ୍ୟ ହୋଇ ସମ୍ପୃକ୍ତ ଯୁବକଙ୍କ ସହ ସେ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ଯୁବକଙ୍କର ଅତ୍ୟାଚାର ଦିନକୁ ଦିନ ବଢୁଥିବା ଦେଖି ପୀଡିତା ଜଣକ ନିଜ ପିଉସୀଙ୍କ ଘର ଛାଡି କଲେଜ ପାଖରେ ଏକ ଭଡା ଘର ନେଇ ରହୁଥିଲେ । ସେଠାରେ ବି କୌଣସି ମତେ ଅଭିଯୁକ୍ତ ଯୁବକ ଜଣକ ପହଞ୍ଚି ଯାଇ ସେଠାରେ ମଧ୍ୟ ତାଙ୍କୁ ହଇରାଣ କରିଥିଲେ । ବାହାରେ ଫଟୋ ଦେଖାଇ ଦେବାକୁ କହି ବଳତ୍କାର କରିଥିଲେ ।
ପୀଡିତା ଅଭିନେତ୍ରୀ ଜଣକ ପାଟକୁରାରୁ +୨ ସାରିବା ପରେ କଟକ ଚାଲି ଆସିଥିଲେ ଉଚ୍ଚତର ଅଧ୍ୟୟନ କରିବାକୁ । ତଥାପି ପିଛା ଛାଡି ନଥିଲା ଅଭିଯୁକ୍ତ ଯୁବକ ଜଣକ । କଟକରେ ପହଞ୍ଚି ପୀଡିତା ଅଭିନେତ୍ରୀଙ୍କୁ ଡକାଇ ଏଡିଟିଂ ଫଟୋର ଭାଇରାଲ ଧମକ ଦେଇ କଟକ ସହରର ମଙ୍ଗଳାବାଗ ଅଞ୍ଜଳରେ ଥିବା ଏକ ଲଜକୁ ଡାକି ନେଇଥିଲେ । ସାମାଜିକ ଲଜ୍ଜା ,ଡର ଭୟରେ ବାଧ୍ୟ ହୋଇ ପୀଡିୀତା ଲଜକୁ ଯାଇଥିଲେ । ସେଠାରେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଏପରିକି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ । ତେବେ ଲଜରେ ଖାଦ୍ୟରେ ନିଶା ମିଶାଇ ଖାଇବାକୁ ଦେଇଥିବା ବେଳେ ତାଙ୍କ ସହ କ’ଣ ଘଟିଥିଲା ସେ ବାବଦରେ ତାଙ୍କର କିଛି ମନେ ନଥିଲା ଯାହାର ସୁଯୋଗ ନେଇଥିଲା ଅଭିଯୁକ୍ତ ଯୁବକ ଜଣକ । କେବଳ ଅଭିଯୁକ୍ତ ଜଣକ ଯେ ଅଭିନେତ୍ରୀଙ୍କ ଫାଇଦା ଉଠାଇଥିଲେ ତାହା ନୁହେଁ । ସେଥିରେ ଅଭିଯୁକ୍ତ ଯୁବକର ମଧ୍ୟ ଜଣେ ସାଙ୍ଗ ସମ୍ପୃକ୍ତ ଥିବା ଜଣାପଡିଛି । ତାଙ୍କର ଚିକୁ ବୋଲି ଜଣେ ସାଙ୍ଗ ସହ ମିଶି ସେହି ସମୟର ଭିଡିଓ ଉତ୍ତାଳନ କରିଥିଲେ । ପରେ ଅଭିନେତ୍ରୀଙ୍କୁ ବ୍ଲାକମେଲିଂ କରି ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଦେବା ପାଇଁ ଅଭିନେତ୍ରୀଙ୍କୁ କହିଥିଲେ । ହେଲେ ଅଭିନେତ୍ରୀ ଜଣକ ଏତେ ଟଙ୍କା ଦେବା ପାଇଁ ମନା କରିଥିଲେ । ସେହି କାରଣରୁ ଅଭିଯୁକ୍ତ ଜଣକ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓକୁ ଭାଇରାଲ କରିଥିଲେ । ପୀଡିତା ଜଣକ ପ୍ରତିବାଦ କରିବାରୁ ହତ୍ୟା ଧମକ ସହ ଏସିଡ ଫୋପାଡି ମାରିଦେବାକୁ ବି କହିଥିଲେ । ପୀଡିତା ନ୍ୟାୟ ପାଇବା ପାଇଁ ଗାଁର ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା ବରଂ ଭିଡିଓ ମୋବାଇଲକୁ ମୋବାଇଲ ଘୂରି ବୁଲିଥିଲା ।
୨୦୧୯ମସିହା ନଭେମ୍ବର ୧୧ରେ ପୀଡିତା ଅଭିନେତ୍ରୀଙ୍କ ପିଉସୀ ପୁଅ କହିଥିଲେ କି , ଅଭିଯୁକ୍ତ ୧୪ବର୍ଷ ବୟସର ଜଣେ ନାବାଳିକଙ୍କୁ ବିବାହ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ଫେବୃୟାରୀ ୨୨ରେ ପୋଲିସ ନାବାଳିକାକୁ ଶାଶୁଘରୁ ଉଦ୍ଧାର କରିଥିଲା । ନାବାଳିକାର ଡାକ୍ତରୀ ମାଇନା ହେବା ସହ ବୟାନ ରେକର୍ଡ କରି ପାରି ନଥିଲା ପୋଲିସ । ଏସପି ଶ୍ରୀ ଶେଖର ସମସ୍ତ ଘଟଣା ବାବଦରେ ଅବଗତ ହେବା ପରେ ପାଟକୁରା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking