30.1 C
Bhubaneswar
Wednesday, April 24, 2024
Homeଓଡିଶାଓପିଏସ୍‌ସି ପରୀକ୍ଷା ସ୍ଥଗିତ

ଓପିଏସ୍‌ସି ପରୀକ୍ଷା ସ୍ଥଗିତ

କଟକ: ସାରା ବିଶ୍ବ ତଥା ଦେଶରେ କରୋନା ଭୂତାଣୁକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ଏଥିରୁ ବାଦ ପଡି ନାହିଁ । ରାଜ୍ୟରେ କରୋନାର ମୁକାବିଲା ପାଇଁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ସପିଂ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ପରୀକ୍ଷାକୁ ଏଭଳି ପରିସ୍ଥିତିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି । ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଓପିଏସସିର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଗଲା । କରୋନାକୁ ନେଇ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ସ୍ଥଗିତ ରଖାଯାଇଛି । ଏଥି ସହିତ ବହୁ ନିଯୁକ୍ତି ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ରାଜ୍ୟର ବହୁସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଜନସମାଗମ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଏଭଳି ପରିସ୍ଥିତିରେ ସମସ୍ତ ଲିଖିତ ଏବଂ ମୌଖିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ନେଇ ଓପିଏସସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
https://onakhabar.com/2020/03/18/former-union-minister-suresh-prabhu-is-in-isolation-after-returning-from-saudi-arabia/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking