ଭୁବନେଶ୍ୱର: ଭୁଲ ଚିକିତ୍ସା ପାଇଁ ଏକମାତ୍ର ସନ୍ତାନର ଜୀବନ ଗଲା । ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଉଜୁଡି ଗଲା । ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି । ଏମିତି କିଛି ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ବସନ୍ତିଆ ଅଞ୍ଚଳର ଶୁଭେନ୍ଦୁ ରାଉଳ ନାମକ ଦଶମ ଶ୍ରେଣୀ ଛାତ୍ରଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଭଦ୍ରକ କଲେଜ ଛକ ନିକଟରେ ଥିବା ଏକ ଘରୋଇ କ୍ଲିନିକକୁ ନେଇଥିଲେ । ସାମାନ୍ୟ ଜ୍ୱର ହୋଇଥିବା ସତ୍ତ୍ୱେ ଇଞ୍ଜେକ୍ସନ ନେବା ପରେ ଅବସ୍ଥା ଗୁରୁତର ହୋଇଥିଲା । ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିବା ସତ୍ତ୍ୱେ ଶୁଭେନ୍ଦୁଙ୍କର ମୃତ୍ୟୁ ହୋଇଥିଲା । ତେବେ ପରେ ଉତ୍ତେଜନା ସହ ଡାକ୍ତରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କିନ୍ତୁ ଏପର୍ୟ୍ୟନ୍ତ ନ୍ୟାୟ ମିଳିନଥିବା କହିଛନ୍ତି ମୃତକଙ୍କ ବାପା । ତେବେ ଘରୋଇ କ୍ଲିନିକର ଲାଇସେନ୍ସ ଯାଞ୍ଚ କରିବା ସହ ଇଞ୍ଜେକ୍ସନ ଦେଇଥିବା କର୍ମଚାରୀଙ୍କର ମଧ୍ୟ କୌଣସି ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ନଥିବା କହିଛନ୍ତି ।