34.1 C
Bhubaneswar
Friday, March 29, 2024
Homeଓଡିଶାପାଇଖାନାରେ ବିତୁଛି ବୃଦ୍ଧାଙ୍କ ଜୀବନ

ପାଇଖାନାରେ ବିତୁଛି ବୃଦ୍ଧାଙ୍କ ଜୀବନ

ଉଦଳା : କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଦାରିଦ୍ର‌୍ୟ ଦୂରୀକରଣ ନିମନ୍ତେ ବିଭିନ୍ନ ଯୋଜନା କରିଛନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ଓଲଟା । ଏମିତି ଏକ ଘଟଣା ଯୋଜନା ବାସ୍ତବ କାର୍ଯ୍ୟକାରିତାକୁ ପଦାରେ ପକାଇଦେବ । ଆବାସ ଘରଟିଏ ନାହିଁ ବାଧ୍ୟ ହୋଇ ଜଣେ ବୃଦ୍ଧା ୫ ଫୁଟ ଲମ୍ବା ଓ ୩ ଫୁଟ ଓସାର ପାଇଖାନା ଭିତରେ ରହୁଛନ୍ତି । ବୟସ ତାଙ୍କର ପାଖାପାଖି ୭୦ । ବୃଦ୍ଧା ବୟସରେ ଏ ଯାଏଁ ତାଙ୍କୁ ମିଳୁନି ସାହାରା । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଭୀମତାଳି ପଞ୍ଚାୟତ ଭୁଡୁରୁବଣି ଗ୍ରାମର ଏ ହେଉଛନ୍ତି ସ୍ୱର୍ଗତ ମଦନ ମାର୍ଣ୍ଡିଙ୍କ ପତ୍ନୀ ବାସି ବେୱା । ସ୍ୱାମୀ ଆର ପାରିରେ । ସ୍ୱାମୀଙ୍କ ଦେହାନ୍ତ ପରେ ଦୁଇ ପୁଅଙ୍କୁ ମାଆର ସେହ୍ନ ମମତା ଦେଇ ବଡ଼ କଲେ । ମନରେ ଆଶା ଥିଲା ପୁଅ ବଡ଼ ହେଲେ ତାଙ୍କ କଥା ବୁଝିବ ।

ହେଲେ ଦିନମଜୁରିଆ ହିସାବରେ ଦିନ କାଟୁଥିବା ଦୁଇ ପୁଅ ନିଜ ପରିବାରର ବୋଝ ଆର୍ôଥକ ଅନାଟନରେ ଅଲଗା ହୋଇ ରହୁଛନ୍ତି । ମାଆ ବାସିଙ୍କୁ କେହି ପଚାରୁନାହାନ୍ତି । ବାସିଙ୍କର ନିଜ ଘର ଭାଙ୍ଗିଯିବା ପରେ ନିରାଶ୍ରୟ ହୋଇ ପାଇଖାନା ଘରେ ରହିବାକୁ ବାଧ୍ୟ ହୋଇଥିଲେ । ସରକାରଙ୍କ ଯୋଜନା ତାଙ୍କ ପାଇଁ ସାତସପନ ହୋଇଛି । ଦୁଇ ବର୍ଷ ପୂର୍ବରୁ ବାସିଙ୍କୁ ଏକ ପାଇଖାନା ଘର ମିଳିଥିଲା । ନିଜର କଚ୍ଚା ଘର ଭାଙ୍ଗି ଯିବା ପରେ ଏବେ ଏକ ବର୍ଷ ହେବ ପାଇଖାନାରେ ଜୀବନ ବିତାଉଛନ୍ତି । ପୁଅମାନେ ପଚାରୁ ନଥିବା ବେଳେ ପାଇଖାନା ଘରେ ସେ ଜୀବନ କଟୁଛି । ବାସିଙ୍କ ଠିକଣା କହିଲେ ପାଇଖାନା ଘର ।

ସରକାର ଯୋଜନାରେ ଚାଉଳ ଓ ଭତ୍ତା ତାଙ୍କୁ ବଞ୍ଚିବାର ରାହା ଦେଖାଇଛି । ବାସି ସେଇ ପାଇଖାନା ଘର ଆଗରେ ଚୁଲିଟିଏ କରି ରୋଷେଇ କରି ଖାଇବା ସହ ପାଇଖାନା ଭିତରେ ଶୋଇଥାନ୍ତି । ତେବେ ପାଇଖାନା ଘରେ ରହୁଥିବାରୁ ଆମେ ତାଙ୍କ ପୁଅଙ୍କୁ ପଚାରିବାରୁ ସେ ମାଆଙ୍କୁ ଅଣଦେଖା କରି ନଥିବା କହିଛନ୍ତି । ତେବେ ଏ ସମ୍ପର୍କ ରେ ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କୁ ପଚାରିବାରୁ ବାସିଙ୍କ ଘର ପାଇଁ ସେ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking