39.4 C
Bhubaneswar
Thursday, April 18, 2024
Homeକରୋନାଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ: ବିଭିନ୍ନ ସଚେତନାତା ସତ୍ତ୍ୱେ କାୟା ବିସ୍ତାର କରୁଛି କରୋନା । ଏପର୍ଯ୍ୟନ୍ତ ଦେଶରେ କରୋନା ଭାଇରସରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଥିବା ଜଣାପଡିଛି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି । ଉତ୍ତର ପ୍ରଦେଶରେ କରୋନା ଅଧିକ ସକ୍ରିୟ ହୋଇଛି ।
ଏନେଇ ବିଭିନ୍ନ ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଛି । ରବିବାର ଭାଇରସ ଯୋଗୁଁ ମୁମ୍ବାଇ ଓ ପାଟଣାରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଭାଇରସକୁ ଦୃଷ୍ଟିରେ ରଖି ୨୩ଟି ରାଜ୍ୟର ୮୨ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ସ୍ୱତନ୍ତ୍ର ଅଧିକାରୀଙ୍କ ସହାୟତାରେ ଜାତୀୟ ରାଜଧାନୀରେ ଧାରା ୧୪୪ ଲାଗୁ କରିଛି । କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଲକ ଡାଉନ୍ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟର ମାଧ୍ୟମରେ ଅପିଲ କରିଛନ୍ତି । ସେପଟେ ଏମିତି ମଧ୍ୟ ଶୁଣିବାକୁ ମିଳୁଛି ଯେ ଚଳିତ ମାସ ଶେଷ ଆଡ଼କୁ ପୁଣିଥରେ ଜନତା କର୍ଫ୍ୟୁ ପାଇଁ ମୋଦି ଆହ୍ୱାନ ଦେଇପାରନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ୧୫ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି । ଏଗୁଡ଼ିକ ହେଲା ଲଖନଉ ସମେତ, ବାରାଣସୀ, ଗୋରଖପୁର, କାନପୁର, ମେରଠ, ବରେଲୀ, ଆଗ୍ରା, ପୟାୟଗରାଜ, ଗାଜିଆବାଦ, ନୋଏଡା, ଆଲିଗଡ, ସହାରନପୁର, ଲକ୍ଷ୍ମୀପୁର, ଆଜମଗଡ଼ ଓ ମୁରାଦାବାଦ । ଏହି ଜିଲ୍ଲାଗୁଡ଼ିକ ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିବ ।
ବିଭିନ୍ନ ରାଜ୍ୟରେ ପ୍ରଣୟନ ହୋଇଥିବା ଲକଡାଉନ୍ ବ୍ୟବସ୍ଥାକୁ ଲୋକେ ଗୁରୁତ୍ୱ ଦେଉ ନ ଥିବାରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଉଦବେଗ ପ୍ରକାଶ କରିଛନ୍ତି । ଜନସାଧାରଣଙ୍କୁ ସେ ନିବେଦନ କରି କହିଛନ୍ତି ଯେ ସେମାନେ ନିଜକୁ ରକ୍ଷା କରନ୍ତୁ ଓ ସେମାନଙ୍କ ପରିବାରକୁ ରକ୍ଷା କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking