28.1 C
Bhubaneswar
Saturday, April 20, 2024
Homeଓଡିଶା୪୫ ବର୍ଷରୁ ଊର୍ଦ୍ଧ୍ୱ ଟିକା ଗ୍ରହଣ ହିତାଧିକାରୀଙ୍କ ସଂଖ୍ୟା ୧କୋଟି ଛୁଇଁବାକୁ ଯାଉଛି

୪୫ ବର୍ଷରୁ ଊର୍ଦ୍ଧ୍ୱ ଟିକା ଗ୍ରହଣ ହିତାଧିକାରୀଙ୍କ ସଂଖ୍ୟା ୧କୋଟି ଛୁଇଁବାକୁ ଯାଉଛି

ଭୁବନେଶ୍ୱର:  ବର୍ତ୍ତମାନ ଓଡ଼ିଶାରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ୯୯ଲକ୍ଷ ୨୨ହଜାର ୧୭୬ ଟିକା ଗ୍ରହଣ କରିଛନ୍ତି । ରାଜ୍ୟରେ ଏବେ ପ୍ରଥମ ଡୋଜ୍ ଗ୍ରହଣ କରିବାକୁ ଯାଉଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ସଂଖ୍ୟା ୧କୋଟି ଛୁଇଁବାକୁ ଯାଉଛି । ଆଜି ରାଜ୍ୟରେ ୩ଲକ୍ଷ ୩୩ହଜାର ୮୬ ହିତାଧିକାରୀ ଟିକା ନେଇଛନ୍ତି । ଫଳରେ ରାଜ୍ୟରେ ମୋଟ ଟିକାକରଣ ସଂଖ୍ୟା ୩କୋଟି ୩୦ଲକ୍ଷ ୭ହଜାର ୩୯୩ରେ ପହଞ୍ଚିଛି । ରାଜ୍ୟରେ ମୋଟ ଟିକାକରଣ ମଧ୍ୟରୁ ୩ ଲକ୍ଷ ୫୨ ହଜାର ୪୦୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ ୩ଲକ୍ଷ ୨ହଜାର ୭୭୬ ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଲେଣି ।

ସେହିପରି ୩ ଲକ୍ଷ ୪୯ ହଜାର ୭୯୩ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୨ଲକ୍ଷ ୯୫ହଜାର ୭୬୫ ଜଣ ଦ୍ୱିତୀୟ ଡୋଜ୍ ଲେଲେଣି। ୧୮ରୁ ୪୪ ବର୍ଷ ମଧ୍ୟରେ ୧କୋଟି ୨୮ଲକ୍ଷ ୬୦ହଜାର ୮ ଜଣ ପ୍ରଥମ ଡୋଜ୍ ଓ ୩୫ଲକ୍ଷ ୮୨ହଜାର ୫୭୮ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ୯୯ଲକ୍ଷ ୨୨ହଜାର ୧୭୬ ଜଣ ପ୍ରଥମ ଡୋଜ୍ ଓ ୫୩ଲକ୍ଷ ୪୧ହଜାର ୮୯୩ ଜଣ ଦ୍ୱିତୀୟ ଡୋଜ୍ ନେଲେଣି । ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ସଂଖ୍ୟା ୨ଲକ୍ଷ ପାର ହୋଇ ୨ଲକ୍ଷ ୧୦ହଜାର ୨୯୮ରେ ପହଞ୍ଚିଛି । ମଙ୍ଗଳବାର ରାଜ୍ୟର ୧୭୫୧ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking