18.1 C
Bhubaneswar
Sunday, November 24, 2024
Homeଓଡିଶାକାର୍ଯ୍ୟକାରୀ ହୋଇ ପାରୁନି ନୂଆ ବସଷ୍ଟାଣ୍ଡ

କାର୍ଯ୍ୟକାରୀ ହୋଇ ପାରୁନି ନୂଆ ବସଷ୍ଟାଣ୍ଡ

ନୟାଗଡ଼ : ଦୀର୍ଘ ବର୍ଷ ଧରି ନୟାଗଡ଼ ସହରରେ କାର୍ଯ୍ୟକାରୀ ହୋଇ ପାରୁନି ନୂଆ ବସଷ୍ଟାଣ୍ଡ । ସହରରେ ବଢୁଥିବା ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୩ ମସିହାରେ ପୁରୁଣା ସହର ଠାରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ କିନ୍ତୁ ଆଜି ପର୍ଯ୍ୟନ୍ତ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକାରୀ ହୋଇପାରୁନି । ତେବେ ବିଭିନ୍ନ ସମୟରେ ବସଷ୍ଟାଣ୍ଡର ଉନ୍ନତି ପାଇଁ ବାରମ୍ବାର ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ତେବେ ୨୦୧୦ ମସିହାରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଏହି ବସ୍ ଷ୍ଟାଣ୍ଡର ଅ୍‌ନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ଶୁଭ ଦିଆଯାଇ କାର୍ଯ୍ୟ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ବସଷ୍ଟାଣ୍ଡର କାର୍ଯ୍ୟ ସରୁନି । କିମ୍ବା ବସ୍ ଷ୍ଟାଣ୍ଡଟି ଚାଲୁ ହୋଇପାରୁନି । ଅନ୍ୟପଟେ ପୁରୁଣା ବସଷ୍ଟାଣ୍ଡଟି ସହର ମଧ୍ୟରେ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହ ବସ ଗୁଡ଼ିକ ରାସ୍ତା ଉପରେ ରହି ବହୁ ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘଦିନ ଧରି ମୁନିସପାଲଟି କର୍ତ୍ତୃପକ୍ଷ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାକୁ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ଅଧିକାର ଓ ଠିକାଦାରଙ୍କ ପାଇଁ ଏହା ସୁନା ଅଣ୍ଡାଦିଆ କୁକୁଡ଼ା ସାଜିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ତେବେ କେବେ କାର୍ଯ୍ୟକ୍ଷମ ହେବ ବସଷ୍ଟାଣ୍ଡ ଓ କେବେ ହେବ ଜନସାଧାରଣଙ୍କ ସମସ୍ୟାର ସମାଧାନ ତାକୁ ନେଇ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking