29.1 C
Bhubaneswar
Saturday, April 20, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି : କକାକୁ ହତ୍ୟା କରି ଗଛରେ ଝୁଲାଇ ଦେଲେ ଭଣଜା-ପୁତୁରା

ପାରିବାରିକ କଳହର କରୁଣ ପରିଣତି : କକାକୁ ହତ୍ୟା କରି ଗଛରେ ଝୁଲାଇ ଦେଲେ ଭଣଜା-ପୁତୁରା

ବାରିପଦା: ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାରୁ ଗଡିଲା ମୁଣ୍ଡ, କକାକୁ ହତ୍ୟା କରି ଗଛରେ ଝୁଲାଇ ଦେଲେ ଭଣଜା ଓ ପୁତୁରା । ଏନେଇ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମନମରା ଗ୍ରାମରେ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ପରିବାରରେ କୌଣସି କାରଣରୁ କଳହ ହେବାରୁ ପଥରଚକୁଳି ଗ୍ରାମର ରତିକାନ୍ତ ଭକ୍ତାଙ୍କୁ ତାଙ୍କ ପୁତୁରା ଓ ଭଣଜା ହତ୍ୟା କରି ଗଛରେ ଝୁଲାଇ ଦେଇଥିଲେ । ଏପରିକି ଉଭୟ ଏହାକୁ ଏକ ଆତ୍ମହତ୍ୟାରେ ରୂପ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଦାର କରି ପୁତୁରା ଓ ଭଣଜାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସାଇଣ୍ଟିଫିକ ଟିମ ସହାୟତାରେ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୋଲିସ ତରଫରୁ କିଛି ସୂଚନା ହସ୍ତଗତ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking