27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଗତିଶକ୍ତି ନ୍ୟାସ୍‌ନାଲ୍ ମାଷ୍ଟର୍‌ପ୍ଲାନ୍‌, ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ରାସ୍ତା ଦେଖାଇବ : ପ୍ରଧାନମନ୍ତ୍ରୀ

ଗତିଶକ୍ତି ନ୍ୟାସ୍‌ନାଲ୍ ମାଷ୍ଟର୍‌ପ୍ଲାନ୍‌, ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ରାସ୍ତା ଦେଖାଇବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର୍ ପ୍ଲାନ୍‌ର ଶୁଭାରମ୍ଭ କରିଛନ୍ତି । ୧୦୦ ଲକ୍ଷ କୋଟି ଟଙ୍କା ଯୋଜନା ବିଶିଷ୍ଟ ଏହି ଯୋଜନା ଜରିଆରେ ରେଳ, ସଡ଼କ ସମେତ ଦେଶର ୧୬ ମନ୍ତ୍ରଣାଳୟକୁ ଡିଜିଟାଲୀ ସଂଯୋଗା କରାଯିବ । ଯାହାଦ୍ୱାରା ଭିତ୍ତିଭୂମିର ସୁଧାର ଦିଗରେ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୬ଟି ବିଭାଗକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ସମ୍ବନ୍ଧରେ ଘୋଷଣା କରିଥିଲେ । ଏକବିଂଶ ଶତାବ୍ଦୀର ଭାରତକୁ ନୂଆ ଶକ୍ତି ମିଳିବ । ବିକାଶର ରାସ୍ତାରେ ଆସୁଥିବା ଅବରୋଧକୁ ଏହି ଯୋଜନା ଦୂର କରିବ ।

ଗୋଟିଏ ପୋର୍ଟାଲ୍‌ରେ ସମସ୍ତ ଯୋଜନାର ତଥ୍ୟ ଉପଲବ୍‌ଧ ରହିବ । ଦେଶର କଳାକୃତି ତଥା ହ୍ୟାଣ୍ଡିକ୍ରାଫ୍ଟ ସାରା ବିଶ୍ୱ ଦେଖିବ ବୋଲି ଏହି ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦେଶ ଆଜି ପୁରୁଣା ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ଆଗେଇବାରେ ଲାଗିଛି । ସରକାରୀ କାର୍ଯ୍ୟକୁ ଏକସମୟରେ ଖରାପ ଗୁଣବତ୍ତା ବୋଲି କୁହାଯାଉଥିଲା । ଆଜି ଏହି ଭ୍ରମ ଦୂର ହେବାରେ ଲାଗିଛି । ସରକାରୀ ବିଭାଗ ମଧ୍ୟରେ ତାଳମେଳର ଅଭାବକୁ ସେ ସ୍ୱୀକାର କରିଛନ୍ତି । ଯାହାଦ୍ୱାରା ଅନେକ ସମୟରେ ଅନେକ ପ୍ରୋଜେକ୍ଟରେ ବିଳମ୍ବ ହେଉଛି । ସରକାର ଏହାକୁ ଦୂର କରିବାର ପ୍ରୟାସ ଜାରି ରଖିଛନ୍ତି ।

ଭାରତର ପରିବହନ ଖର୍ଚ୍ଚ ଦେଶର ଜିଡିପିର ୧୩% ରହିଛି । ବିଶ୍ୱର ବୃହତ୍ ଅର୍ଥ ବ୍ୟବସ୍ଥାରେ ଏପରି ଦେଖାଯାଏ ନାହିଁ ବୋଲି ସେ କହିଛନ୍ତି । ସରକାର ସମସ୍ତ ପୋର୍ଟ ସହିତ ସଡ଼କମାର୍ଗକୁ ଯୋଡ଼ିବାରେ ପ୍ରୟାସରତ ଅଛନ୍ତି । ସମ୍ପ୍ରତି ଦେଶରେ ୧୬ ହଜାର କିଲୋମିଟରରୁ ଅଧିକ ଗ୍ୟାସ୍‌ଲାଇନ୍ କାର୍ଯ୍ୟ ଜାରିରହିଛି । ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ବିମାନବନ୍ଦର ହେଲିପ୍ୟାଡ୍ ନିର୍ମାଣ ହେବ । ପିଏମ୍ ଗତିଶକ୍ତି ନ୍ୟାସ୍‌ନାଲ୍ ମାଷ୍ଟର୍‌ପ୍ଲାନ୍ ଦେଶର ଔଦ୍ୟୋଗିକ ଗତିବିଧିକୁ ବଳ ଦେବା ସହିତ ବିମାନବନ୍ଦର, ସଡ଼କ, ରାଜପଥ, ରେଳଯୋଜନା ତଥା ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ  ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ବିକାଶ କାର୍ଯ୍ୟକୁ ଗତି ମିଳିବ । ଏହା ଦେଶର ଅର୍ଥ ବ୍ୟବସ୍ଥାକୁ ରାସ୍ତା ଦେଖାଇବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking