28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶନାଗା ସାଧୁଙ୍କ ରହସ୍ୟ 

ନାଗା ସାଧୁଙ୍କ ରହସ୍ୟ 

ଭୁବନେଶ୍ୱର : ଆସନ୍ତୁ ଜାଣିବା ହିନ୍ଦୁ ଧର୍ମର ଏହି ବଡ ରହସ୍ୟ ପଛରେ କ’ଣ ରହିଛି ପୁରା କାହାଣୀ । ନାଗା ଶବ୍ଦର ଉତ୍ପତ୍ତି ବିଷୟରେ କିଛି ବିଦ୍ୱାନ କୁହନ୍ତି, ଏହି ଶବ୍ଦ ସଂସ୍କୃତର ‘ନାଗା’ ଶବ୍ଦରୁ ଆସିଛି । ଯାହାର ଅର୍ଥ ‘ପାହାଡର’ ଓ ଏହା ଉପରେ ରହୁଥିବା ଲୋକମାନଙ୍କୁ ପାହାଡି ବା ନାଗା କୁହାଯାଏ । ନାଗାର ଅର୍ଥ ‘ନଗ୍ନ’ ରହୁଥିବା ବ୍ୟକ୍ତିଙ୍କୁ ମଧ୍ୟ ବୁଝାଇଥାଏ । ଉତ୍ତରୀ ପୁର୍ବୀ ଭାରତରେ ରହଉଥିବା ଲୋକ ମାନଙ୍କୁ ମଧ୍ୟ ନାଗା କୁହାଯାଏ ।
ଯଦି କୌଣସି ସାଧାରଣ ବ୍ୟକ୍ତି ନାଗା ସାଧୁ ହେବା ପାଇଁ ଆସନ୍ତି ପ୍ରଥମେ ସେହି ବ୍ୟକ୍ତିର ନିଜ ଉପରେ ଥିବା ନିୟନ୍ତ୍ରଣ ଶକ୍ତିକୁ ପରଖା ଯାଇଥାଏ । ତାକୁ ଲମ୍ବା ସମୟ ପର୍ଯ୍ୟନ୍ତ ବହ୍ମଚର୍ଯ୍ୟ ପାଳନ କରିବାକୁ କୁହାଯାଇଥାଏ । ଏହି ପକ୍ରିୟାରେ କେବଳ ଦୈହିକ ବ୍ରହ୍ମଚର୍ଯ୍ୟ ନୁହଁ , ମାନସିକ ବହ୍ମଚର୍ଯ୍ୟକୁ ମଧ୍ୟ ପରଖାଯାଇଥାଏ । ଏହି ଦିକ୍ଷା ଅଚାନକ କାହାକୁ ଦିଆଯାଇନଥାଏ । ପ୍ରଥମେ ଏହା ପରଖାଯାଇଥାଏ ଯେ, ଦିକ୍ଷା ନେବା ଲୋକ ସମ୍ପୁର୍ଣ୍ଣ ଭାବରେ ବାସନା ଓ କାମରୁ ମୁକ୍ତ ହୋଇସାରିଛି କି ନାହିଁ । ଏହା ସହିତ ଦୀକ୍ଷା ନେବାକୁ ଚାହୁଁଥିବା ଲୋକର ମନରେ ସେବା ଭାବ ମଧ୍ୟ ଥିବା ଆବଶ୍ୟକ ।
ଏହି ପ୍ରକ୍ରିୟାରେ ସାଧକ ପ୍ରଥମେ ନିଜ ପରିବାର ପାଇଁ ନିଜକୁ ମୃତ ମାନି ନିଜ ହାତରେ ନିଜର ଶ୍ରାଦ୍ଧ କାମ କରିଥାଏ । ଏହାପରେ ଗୁରୁଙ୍କ ଦ୍ୱାରା ସେହି ବ୍ୟକ୍ତିକୁ ନୂତନ ନାମ ଓ ପରିଚୟ ମିଳିଥାଏ । ନାଗା ସାଧୁ ମାନଙ୍କୁ ବସ୍ତ୍ର ଧାରଣ କରିବାର ଅନୁମତି ନଥାଏ । ନାଗା ସାଧୁ ମାନଙ୍କୁ ଶରୀରରେ କେବଳ ଭସ୍ମ ଲଗାଇବାର ଅନୁମତି ଥାଏ । ଭସ୍ମ ହିଁ ନାଗା ସାଧୁ ମାନଙ୍କ ଶୃଙ୍ଗାର ହୋଇଥାଏ । ସେମାନଙ୍କୁ ବିଭୁତି ଓ ରୁଦ୍ରାକ୍ଷ ଧାରଣ କରିବାକୁ ପଡିଥାଏ । ଏମାନଙ୍କୁ ନିଜର କେଶର ପରିତ୍ୟାଗ କରିବାକୁ ମଧ୍ୟ ହୋଇଥାଏ । ସେମାନେ ଦୈନିକ ଥରେ ମାତ୍ର ଭୋଜନ କରିଥାନ୍ତି । ସେହି ଭୋଜନ ଭିକ୍ଷାରେ ମିଳିଥିବ ଆବଶ୍ୟକ ହେଇ୍‌ଥାଏ ।
ଜଣେ ନାଗା ସାଧୁଙ୍କୁ ଅଧିକରୁ ଅଧିକ ୭ଟି ଘରୁ ଭିକ୍ଷା ନେବା ପାଇଁ ଅନୁମତି ମିଳିଥାଏ । ଯଦି ଏହି ୭ ଟି ଘରୁ କୌଣସି ଭିକ୍ଷା ନମିଳେ ତେବେ ସାଧୁଙ୍କୁ ଭୋକରେ ରହିବାକୁ ପଡିଥାଏ । ଏହି ସମସ୍ତ କଠୋର ନିୟମ ରହିଛି ଯାହା ସମସ୍ତ ନାଗା ସାଧୁ ମାନଙ୍କୁ ପାଳନ କରିବାକୁ ହୋଇଥାଏ । ଏମାନେ ମନ୍ଦିର କିମ୍ବା ଆଖାଡାରେ ରହିଥାନ୍ତ ିା କିଛି ନାଗା ସାଧୁ ତପସ୍ୟା ପାଇଁ ହିମାଳୟରେ ମଧ୍ୟ ରହିଥାନ୍ତି । ଆଖାଡାର ଆଦେଶ ଅନୁସାରେ ଏମାନେ ଖାଲି ପାଦରେ ଭ୍ରମଣ କରିଥାନ୍ତି । ଏମାନଙ୍କୁ ତ୍ୟାଗର ପ୍ରତୀକ ମନାଯାଇଥାଏ । ନାଗା ସାଧୁ ମାନେ ଶସ୍ତ୍ର ଓ ଶାସ୍ତ୍ର ଉଭୟରେ ପାରଙ୍ଗମ ଥାନ୍ତି । ସନାତନ ଧର୍ମର ରକ୍ଷା ପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଆଖାଡାର ଗଠନ କରିଥିଲେ । ଏହି ଆଖାଡାରେ ନାଗା ମାନଙ୍କ ସୃଜନ କରିଥିଲେ । ବିଭିନ୍ନ ସମୟରେ ଯେବେ ଯେବେ ସନାତନ ଧର୍ମ ଉପରେ ବିପଦ ଆସିଛି , ଏହି ନାଗା ସାଧୁ ମାନେ ସଂଘର୍ଷ କରି ଧର୍ମର ର ରକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking