30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବିଶ୍ୱର ରହସ୍ୟମୟୀ ଗାଁ: ଯେଉଁଠାରେ ଝିଅମାନେ ବଦଳିଯାନ୍ତି ପୁଅରେ

ବିଶ୍ୱର ରହସ୍ୟମୟୀ ଗାଁ: ଯେଉଁଠାରେ ଝିଅମାନେ ବଦଳିଯାନ୍ତି ପୁଅରେ

ନୂଆଦିଲ୍ଲୀ : ବିଶ୍ୱରେ ବିଭିନ୍ନ ପ୍ରକାର ରହସ୍ୟମୟୀ ସ୍ଥାନ ଅଛି । ଯେଉଁଠି କିଛି ନା କିଛି ଅଜବ ପ୍ରକାରର ଘଟଣା ଘଟିଥାଏ । ସେହିପରି ପୃଥିବୀରେ ଏପରି ଏକ ଗାଁ ଅଛି ଯେଉଁଠାରେ ଝିଅ ମାନଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ପରେ ସେମାନଙ୍କ ଲିଙ୍ଗ ପରିବର୍ତ୍ତନ ହୋଇଯାଏ । ଝିଅରୁ ହଠାତ ସେମାନେ ପୁଅରେ ବଦଳି ଯାନ୍ତି । ଆଶ୍ଚର୍ଯ୍ୟଜନକ ଏବଂ ଅବିଶ୍ୱସନୀୟ ହେଲେ ବି କଥାଟି ଏକଦମ ସତ । ତେବେ ଆଜି ଆସନ୍ତୁ ଜାଣିବା ଏହି ରହସ୍ୟମୟୀ ଗାଁ ବିଷୟରେ ।

ଆପଣମାନେ ଏପରି ଘଟଣା ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । ତେବେ ଡୋମିନିକନ ରିପବ୍ଲିକ ଦେଶର ଲା ସୋଲିନାସ ନାମକ ଏକ ଗାଁ ଅଛି । ଯେଉଁଠାରେ ଝିଅ ମାନଙ୍କର ନିର୍ଦ୍ଦିଷ୍ଟ ସମୟ ପରେ ସେମାନେ ପୁଅରେ ପରିବର୍ତ୍ତନ ହୋଇ ଯାଆନ୍ତି । ଏଭଳି କାରଣରୁ ଏହି ଗାଁକୁ ଅଭିଶପ୍ତ ମଧ୍ୟ କୁହାଯାଇଥାଏ । ତେବେ ସବୁଠୁ ଆଶ୍ଚର୍ଯ୍ୟର ଘଟଣା ଯେ ବୈଜ୍ଞାନିକମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ରହସ୍ୟକୁ ଖୋଜି ପାରି ନାହାନ୍ତି ।

ଏହି ଗାଁର ଝିଅ ମାନେ ୧୨ ବର୍ଷରେ ପହଞ୍ଚିବା ଭିତରେ ହିଁ ପୁଅରେ ପରିବର୍ତ୍ତିତ ହୋଇଯାନ୍ତି । ଏନେଇ ଗ୍ରାମବାସୀ ଚିନ୍ତାରେ ଅଛନ୍ତି । ସୂଚନାଥାଉ କି, ଯେଉଁ ଝିଅମାନେ ପୁଅରେ ପରିବର୍ତ୍ତିତ ହୁଅନ୍ତି ତାଙ୍କୁ ‘ଗ୍ୱେଦୋଚେ’ ବୋଲି କୁହା ଯାଇଥାଏ । ଏହି ଗାଁରେ ପାଖାପାଖି ୬୦୦୦ ଲୋକ ରୁହନ୍ତି । ଡାକ୍ତରଙ୍କ ସୂଚନାନୁସାରେ ଏହା ଏକ ଆନୁବଂଶିକ ରୋଗ । ଏହି ରୋଗରେ ପିଡ଼ିତ ପିଲାମାନଙ୍କୁ ସ୍ଥାନୀୟ ଭାଷାରେ ‘ସୁଡୋହର୍ମାଫ୍ରଡାଇଟ’ କୁହାଯାଇଥାଏ । ସେହିପରି ଯେଉଁ ଝିଅମାନଙ୍କ ନିକଟରେ ଏପରି ପରିବର୍ତ୍ତନ ଦେଖାଯାଇଥାଏ, ସେମାନଙ୍କ ଶରୀରର ଅଙ୍ଗ ପୁରୁଷଙ୍କ ଅଙ୍ଗରେ ପରିବର୍ତ୍ତିତ ହୋଇଥାଏ । ଏପରିକି ଝିଅ ମାନଙ୍କର ସ୍ୱର ମଧ୍ୟ ପୁଅମାନଙ୍କ ସ୍ୱରରେ ମଧ୍ୟ ପରିବର୍ତ୍ତିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking