27.8 C
Bhubaneswar
Thursday, April 18, 2024
Homeମନୋରଞ୍ଜନଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଚର୍ଚ୍ଚିତ ଯୋଡ଼ି ରିଚା-ଅଲୀ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଚର୍ଚ୍ଚିତ ଯୋଡ଼ି ରିଚା-ଅଲୀ

ମୁମ୍ବାଇ : ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରିଚା ଚଢ଼ା ଏବଂ ଅଲୀ ଫଜଲ। ଦୁହିଁଙ୍କ ଭେଟ ୨୦୧୨ ‘ଫୁକ୍‌ରେ’ ଫିଲ୍ମ ସେଟ୍‌ରେ ହୋଇଥିଲା। ଆଉ ସାତ ବର୍ଷ ଧରି ଡେଟ୍ କରିବା ପରେ ବିବାହ କରିବା ନିଷ୍ପତ୍ତି ନେଇଥିଲେ ରିଚା ଓ ଅଲୀ। ସେମାନେ ୨୦୨୦ରେ ବିବାହ କରିଥାନ୍ତେ, ମାତ୍ର କରୋନା ଯୋଗୁଁ ତାହା ଘୁଞ୍ଚି ଯାଇଥିଲା। ଆଉ ଏବେ ଆସନ୍ତା ସେପ୍ଟେମ୍ବର ମାସରେ ବିବାହ କରିବାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏହା ସହ ସେମାନେ ବିବାହର ଦୁଇଟି ପାର୍ଟି ମଧ୍ୟ ଆୟୋଜନ କରିବେ। ଅର୍ଥାତ୍ ମୁମ୍ବାଇରେ ଗୋଟିଏ ପାର୍ଟି ଦେବା ସହ ଦିଲ୍ଲୀରେ ମଧ୍ୟ ଆଉ ଗୋଟିଏ ପାର୍ଟି ଦେବେ। ବାହାଘରରେ ଦୁହିଁଙ୍କ ପରିବାର ସଦସ୍ୟ ଓ ଅନ୍ତରଙ୍ଗ ବନ୍ଧୁ ସାମିଲ ହେବେ। ଏହି ଦୁହିଁଙ୍କ ବିବାହକୁ ନେଇ ଉଭୟଙ୍କ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking