16.1 C
Bhubaneswar
Friday, January 28, 2022
Homeଅପରାଧବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟାକାଣ୍ଡ ଘଟଣା: ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ, ଏବେବି ଜେଲ୍‌ରେ...

ବହୁ ଚର୍ଚ୍ଚିତ ମା’ ଝିଅ ହତ୍ୟାକାଣ୍ଡ ଘଟଣା: ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ, ଏବେବି ଜେଲ୍‌ରେ ପୂର୍ବତନ ବିଧାୟକ

ଝାରସୁଗୁଡ଼ା:  ଛତିଶଗଡ଼ର ହମିରପୁର ଜଙ୍ଗଲ ନିକଟରେ ସଂଗଠିତ ମା’ କଳ୍ପନା ଦାସ, ଝିଅ ବବ୍‌ଲି ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଛତିଶଗଡ଼ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । କୋର୍ଟରେ ଉପସ୍ଥାପନ କରାଯାଇଥିବା ସାକ୍ଷ୍ୟ ଓ ପ୍ରମାଣ ବର୍ଦ୍ଧନଙ୍କ ବିରୋଧରେ ଯଥେଷ୍ଟ ନହେବାରୁ ବିଚାରପତି ମାମଲାର ଶୁଣାଣିକରି ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ପ୍ରଦାନ କରିଛନ୍ତି ।  ହାଇକୋର୍ଟ ତାଙ୍କ ରାୟରେ ଅପରାଧର ଜଘନ୍ୟତା, ଘଟଣାର ପ୍ରମାଣ, ପାରିସ୍ପାରିକ ସ୍ଥିତି, ଜବତ ସାମଗ୍ରୀ ଏବଂ ସାକ୍ଷୀଙ୍କ ବୟାନ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇଛନ୍ତି । ଅନ୍ୟପଟେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ଅନୁପ ସାଏ ଏବେବି ରାୟଗଡ଼ ଜେଲ୍‌ରେ ଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ଛତିଶଗଡ଼ର ହମିରପୁର ଜଙ୍ଗଲ ନିକଟରୁ ୨୦୧୬ ମେ ୭ ତାରିଖରେ ମା’ କଳ୍ପନା ଦାସ ଓ ଝିଅ  ବବ୍‌ଲି ଦାସର ମୃତଦେହକୁ ଛତିଗଡ଼ ପୁଲିସ ଉଦ୍ଧାର କରିଥିଲା । ଘଟଣାର ଛାନ୍‌ଭିନ୍ କରି ଦୀର୍ଘ ୪ ବର୍ଷ ପରେ ୨୦୨୦ ମସିହା ଫେବୃଆରୀ ମାସରେ ପୁଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ କୁମାର ସାଏ ଏବଂ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଅନୁପ ସାଏଙ୍କ ଗିରଫ ପରେ ତତ୍କାଳୀନ ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁ୍‌କ୍ତ ଅନୁପ ସାଏ ହୋଇଥିବାବେଳେ ସେ ନିଜର ସମସ୍ତ ଅପରାଧ ସ୍ୱୀକାର କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅନୁପ ସାଏଙ୍କ କଳ୍ପନା ଦାସଙ୍କ ସହ ୨୦୧୧ ମସିହାରୁ ପ୍ରେମ ସମ୍ପର୍କ ରହିଥିଲା ।

ସେ ତାଙ୍କୁ  ପ୍ରଥମେ କଟକ ସିଡିଏ ଓ ପରେ ଭୁବନେଶ୍ୱରର ସୁନ୍ଦରପଦାରେ ଏକ ଫ୍ଲାଟ୍ ତିଆରି କରି ତାଙ୍କୁ ରଖିଥିଲେ । ୫ ବର୍ଷ ଏକାଠି ରହିବା ପରେ କଳ୍ପନା ବାହା ହେବା ସହ ସମ୍ପତ୍ତିରେ ହକ୍ ଜାହିର କରିଥିଲେ । ବାହା ହେଲେ ନିଜର ରାଜନୈତିକ କ୍ୟାରିଅରରେ ଦାଗ ଲାଗିବା କହି ବାହାହେବା କଥାକୁ ଅନୁପ ଟାଳିଥିଲେ । ତେବେ କଳ୍ପନା ବାରମ୍ବାର ବାହା ହେବା ପାଇଁ ଜିଦ୍ କରିବାରୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାର ଯୋଜନା କରି  କଳ୍ପନା ଓ ତାଙ୍କ ଝିଅକୁ ଭୁବନେଶ୍ୱରରୁ ରାୟଗଡ଼ ଯାଇ ବାହା ହେବା ପାଇଁ କହିଥିଲେ । ତାଙ୍କୁ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବସ୍ ଯୋଗେ ଆସିବାକୁ କହିଥିଲେ । ୨୦୧୬ ମଇ ୬ ତାରିଖ ରାତି ୯ଟାରେ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲାକୁ ବାହାରିଥିଲେ । କଳ୍ପନା ଓ ବବଲିଙ୍କୁ ପ୍ରଥମେ ଲୁହା ରଡ଼ରେ ମାରିବା ପରେ ଦୁର୍ଘଟଣାର ରୂପ ଦେବା ପାଇଁ ସେମାନଙ୍କ ଉପରେ ବୋଲେରୋ ଚଢ଼ାଇ ଦିଆଯାଇଥିଲା । ଏହି ହତ୍ୟାରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଜଡ଼ିତ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking