43 C
Bhubaneswar
Tuesday, April 16, 2024
Homeଅପରାଧମା ଙ୍କୁ ଗାଳି କରିଥିବାରୁ ଛୁରୀରେ ନାବାଳକକୁ ହତ୍ୟା

ମା ଙ୍କୁ ଗାଳି କରିଥିବାରୁ ଛୁରୀରେ ନାବାଳକକୁ ହତ୍ୟା

ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀ ଚାନ୍ଦନୀ ମହଲ ଅଂଚଳରେ ଜଣେ ନାବାଳକକୁ ଦିନ ଦ୍ୱିପ୍ରହରରେ ଛୁରୀରେ ହତ୍ୟା କରାଯାଇଛି । ମୃତକ ଜଣକ ଶିନାଖ୍‌ତ ବୋଲି ଜଣାପଡିଛି । ଏହି ଘଟଣା ଚାନ୍ଦନୀ ମହଲ ଥାନା ନିକଟରେ ଘଟିଛି । ଏହି ଘଟଣା ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତଦନ୍ତ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତା ନାମ ଶିବମ ବୋଲି ଜଣାପଡିଛି । ସୂଚନା ଅନୁସାରେ,  ଶିବମ ଓ ଅବୁ ବକର ଦୁହେଁ ଦୁହିଁଙ୍କୁ ଜାଣିଥିଲେ । ଶନିବାର ହୋଇଥିବା ଝଗଡାରେ ଅବୁ ବକର, ଶିବମର ମା ଙ୍କୁ ଗାଳି ଦେଇଥିଲା । ଏଥିପାଇଁ ଅବୁ ବକରକୁ ପ୍ରଥମେ ଅଂସାରୀ ରୋଡସ୍ଥିତ ଦରିୟାଗଂଜରେ ପିଟା ଯାଇଥିଲା । ରବିବାର ଦ୍ୱିପ୍ରହରରେ ଶିବମ ଓ ଅନ୍ୟମାନେ ବିଚ୍ ବଜାରରେ ତାକୁ ଛୁରୀରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ପରେ ହସ୍ପିଟାଲରେ ଅବୁ ବକରର ମୃତ୍ୟୁ ହୋଇଯାଇଥିଲା । ବର୍ତମାନ ପୁଲିସ ହସ୍ପିଟାଲରେ ଲାଗିଥିବା ସିସିଟିଭି କ୍ୟାମେରା ସାହାଯ୍ୟରେ ଘଟଣାର ତଦନ୍ତ କରୁଛି । ପୁଲିସ ଶିବମ ଠାରୁ ପଚାରଉଚୁରା କରି ଅନ୍ୟମାନଙ୍କ ଠିକଣା ଜାଣିବାକୁ ପ୍ରୟାସ ଜାରି ରଖିଛି ।
ତେବେ ପୁଲିସ କହିବାନୁସାରେ, ଅବୁ ବକର ପରିବାର ସହିତ ଚାନ୍ଦନୀ ମହଲରେ ରହୁଥିଲା । ତା ପରିବାରରେ ବାପା, ତିନି ଭାଇଙ୍କ ବ୍ୟତୀତ ଦାଦୀ ଶମୀମ ବାନୋ ଓ ଅନ୍ୟ ସଦସ୍ୟ ବି ଥିଲେ । ଅବୁ ଚାନ୍ଦନୀ ଚୌକରେ ଲୁଗା ଦୋକାନରେ କାମ କରୁଥିଲା । ତାର ବଡଭାଇ ଗୁଲଜେବ କହିଛନ୍ତି ଯେ, ଶନିବାର ରାତିରେ ଭାଇ ଅବୁ ଆହତ ଅବସ୍ଥାରେ ଘରେ ପହଂଚିଥିଲା । ପରେ ଜଣାପଡିଥିଲା ଯେ, ଶିବମ ଓ ଅବୁ ମଧ୍ୟରେ ଝଗଡା ହୋଇଛି । ତେବେ ଝଗଡାର କାରଣ ସେ କହିନଥିଲା । ଏହାପରେ ରବିବାର ଦ୍ୱିପ୍ରହରରେ ସେ ଘରୁ ବାହାରିଥିଲା । ଆଉ ପରେ ତାକୁ ଶିବମ ଓ ତାର ସାଙ୍ଗ ମାନେ ଛୁରୀରେ ଆକ୍ରମଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking