28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଥଣ୍ଡାରେ ପାନୀୟରେ ବିଷ ଦେଇ ଝିଅର ବନ୍ଧୁକୁ ହତ୍ୟା କଲା ମାଆ

ଥଣ୍ଡାରେ ପାନୀୟରେ ବିଷ ଦେଇ ଝିଅର ବନ୍ଧୁକୁ ହତ୍ୟା କଲା ମାଆ

ପୁଡୁଚେରୀ: ଥଣ୍ଡାରେ ପାନୀୟରେ ବିଷ ଦେଇ ଝିଅର ବନ୍ଧୁକୁ ହତ୍ୟା କଲା ମାଆ। ପୁଡୁଚେରୀର କରାଇକାଲ୍‌ ଜିଲ୍ଲାରେ ଏଭଳି ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । ମୃତଙ୍କ ପରିବାରର ଅଭିଯୋଗ ପରେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି ପୋଲିସ । ସ୍କୁଲ୍‌ରେ ବାର୍ଷିକ ଉତ୍ସବରେ ମୃତ ନାବାଳକ ଯୋଗ ଦେଉ ବୋଲି ଚାହୁଁନଥିଲେ ମହିଳା । ଯାହାଫଳରେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇବାକୁ ପଛାଇ ନାହାନ୍ତି । ରବିବାର ଷ୍ଟରଲାଇଟ ଇଂରାଜୀ ମିଡିୟମ ସ୍କୁଲ୍‌ର ଅଷ୍ଟମ ଶ୍ରେଣୀ ଛାତ୍ର ବାଲା ମାନିକନ୍ଦନ ଘରକୁ ଫେରିବା ପରେ ପ୍ରବଳ ବାନ୍ତି କରିଥିଲେ । ଏହାପରେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ । ସ୍କୁଲ୍‌ରେ ୱାଚମ୍ୟାନ୍‌ ଦେଇଥିବା ଥଣ୍ଡାପାନୀୟ ପିଇବା ପରେ ତାଙ୍କୁ ବାନ୍ତି ହେଉଥିବା କଥା କହିଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା । ବାଲାଙ୍କ ବାପା ରାଜେନ୍ଦ୍ରନ ଏକ ଦୋକାନରେ କାମ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ପୁଅର ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଛନ୍ତି । ଅଭିଯୁକ୍ତ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲାଙ୍କ ବାପା ।ଏହାକୁ ନେଇ ସ୍କୁଲ୍‌ କର୍ତ୍ତୃପକ୍ଷ ଅଭିଭାବକ ଦେଇଥିବା ଥଣ୍ଡାପାନୀୟ ଛାତ୍ରଙ୍କୁ ଦିଆଯାଇଥିବା କୁହାଯାଇଥିଲା । ତେବେ ଛାତ୍ରଜଣଙ୍କୁ ତାଙ୍କ ପରିବାର ଲୋକେ କୌଣସି ପ୍ରକାର ଥଣ୍ଡାପାନୀୟ ଦେଇନଥିବା କଥା କହିଥିଲେ ।

ଏ ବାବାଦରେ ୱାଚ୍‌ମ୍ୟାନଙ୍କୁ ପଚାରିବାରୁ ସତ୍ୟତା ପଦାକୁ ଆସିଥିଲା । ୱାଚ୍‌ମ୍ୟାନଙ୍କୁ ଜଣେ ମହିଳା ନିଜକୁ ବାଲାର ପରିବାରବର୍ଗ ଦର୍ଶାଇ ସେହି ଥଣ୍ଡାପାନୀୟ ଦେଇଥିଲେ । ସିସିଟିଭି ଯାଞ୍ଚ ବେଳେ ମହିଳା ଜଣକ ସକାୟା ରାନୀ ଭିକ୍ଟୋରିଆ ବୋଲି ଜଣା ପଡ଼ିଥିଲା । ସକାୟା ରାନୀ ଭିକ୍ଟୋରିଆଙ୍କୁ ତୁରନ୍ତ ପୋଲିସ ଖୋଜି ଗିରଫ କରିଥିଲା । ସେ ଏକ ଥଣ୍ଡାପାନୀୟରେ ଏକ ବିଶାକ୍ତ ବଟିଆ ମିଶାଇ ବାଲା ପାଇଁ ୱାଚ୍‌ମ୍ୟାନକୁ ଦେଇଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା । ତାଙ୍କ ଝିଅ ବାଲା ସହ ସ୍କୁଲ୍‌ରେ ପଢ଼େ । ତେବେ ସ୍କୁଲ୍‌ର ବାର୍ଷିକ ଉତ୍ସବରେ ବାଲା ଭାଗ ନେଉ ମହିଳା ଜଣକ ଚାହୁଁନଥିଲେ । ତେଣୁ ସେ ଏଭଳି କାଣ୍ଡ କରିଛନ୍ତି । ଝିଅଠାରୁ ବାଲା ଭଳ ପ୍ରଦର୍ଶନ କରନ୍ତୁ ବୋଲି ସେ ଚାହୁଁନଥିଲେ । ଏଣୁ ଇର୍ଷା ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking