34.1 C
Bhubaneswar
Friday, March 29, 2024
Homeଅପରାଧମାନସିକ ବିକୃତ ଝିଅକୁ ମାରିଦେଲା ମା

ମାନସିକ ବିକୃତ ଝିଅକୁ ମାରିଦେଲା ମା

ମୁମ୍ବାଇ: ପିଶାଚିନୀ ସାଜିଲା ମା’… ଭୁଲିଗଲା ସନ୍ତାନ ପ୍ରତି ଥିବା ମମତା… ତଣ୍ଟି ଚିପି କଲା ଝିଅର ହତ୍ୟା । ଖାଲି ସେତିକି ନୁହେଁ ଘଟଣାକୁ ଲୁଚାଇବାକୁ ପୋଲିସକୁ ଫୋନ୍ କରିବା ସହ ଘଟଣାକୁ ଆତ୍ମହତ୍ୟା ରୂପ ଦେଇଥିଲେ । ତେବେ ସତ ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ମା’କୁ ଗିରଫ କରିଛି ।

ସୂଚନା ଅନୂଯାୟୀ, ବୁଧବାର ଅପରାହ୍ନ ୩:୩୦ ରେ ଅନେ୍ଧରୀ ପୋଲିସକୁ ଏକ କଲ୍ ଆସିଥିଲା ଯେଉଁଥିରେ ପାର୍ଶୀୱାଡ଼ାର ସହର ରୋଡରେ ଆତ୍ମହତ୍ୟା ନେଇ ଖବର ମିଳିଥିଲା । ଏହାପରେ ଅନେ୍ଧରୀ ପୋଲିସ୍ ଏକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଥିଲା । ଘଟଣା ସ୍ଥଳରେ ମୃତକ ବୈଷ୍ଣବୀ ପତୟାନୀ(୧୯) ତଳେ ପଡ଼ିଥିଲା ଏବଂ ତାଙ୍କ ମା’ ଶ୍ରଦ୍ଧା ତାଙ୍କ ନିକଟରେ ବସିଥିଲେ ।

ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଭିଲେ ପାର୍ଲେର କୁପର ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେହି ସମୟରେ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଇ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଏବେ ପୋଲିସ ଏହି ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି । କାରଣ ପୋଲିସର ତଦନ୍ତ ପରେ ଜଣାପଡ଼ିଥିଲା ଯେ ବୈଷ୍ଣବୀଙ୍କୁ ତାଙକ୍ ମା’ ହିଁ ହତ୍ୟା କରିଥିଲେ ।

ଡେପୁଟି କମିଶନର ଡ.ମହେଶ୍ୱର ରେଡ୍ଡୀ  କହିଛନ୍ତି ଯେ ତଦନ୍ତରେ ମୃତକଙ୍କ ବେକର ଦାଗ ଥିବା ଦେଖିବାକୁ ମିଳିଥିଲା । ଏହା ମଧ୍ୟ ସନ୍ଦେହ ହୋଇଥିଲା ଯେ ଆତ୍ମହତ୍ୟା କରିଥିଲେ ମୃତଦେହ ଝୁଲିବା ଅବସ୍ଥାରେ ନରହି ତଳେ କିପରି ଶୋଇବା ଅବସ୍ଥାରେ ଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଏହାକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି । ଡାକ୍ତର ମଧ୍ୟ କହିଥିଲେ ଯେ ଜଣେ ମାନସିକ ବିକୃତ ବ୍ୟକ୍ତି ନିଜକୁ ଫାଶୀରେ ଝୁଲାଇବା ବହୁତ୍ କମ୍ ।

ପୋଲିସ୍ ଏହାପରେ ତଦନ୍ତ ଆରମ୍ଭ କରିଥିଲା ଏବଂ ମୃତ ବୈଷ୍ଣବୀଙ୍କ ଅଭିଭାବକଙ୍କ ସହ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଘଟଣା ସମୟରେ କେବଳ ତାଙ୍କ ମା ହିଁ ତାଙ୍କ ସହ ଘରେ ରହିଥିଲେ । ଏହାପରେ ପୋଲିସ ବୈଷ୍ଣବୀଙ୍କ ମା’ଙ୍କୁ ଜେରା କରିଥିଲା, ବାରମ୍ବାର ପ୍ରଶ୍ନ କରିବା ପରେ ଶେଷରେ ସତ ଓଗାଳିଥିଲେ ବୈଷ୍ଣବୀଙ୍କ ମା । ସେ କହିଥିଲେ ଯେ  ସେ ବୈଷ୍ଣବୀ ତାଙ୍କ ପାଇଁ ସ୍ୱତନ୍ତ୍ର ଶିଶୁ ଥିଲା କିନ୍ତୁ ସେ ତାଙ୍କର ପ୍ରକୃତ ଯତ୍ନ ନେଇପାରୁନଥିଲେ । ତେଣୁ ସେ ତାଙ୍କୁ ଏକ କପଡ଼ାରେ ବେକକୁ ଗୁଡ଼ାଇ ହତ୍ୟା କରିଥିଲେ ଏବଂ ପୋଲିସକୁ ଫୋନ କରିବା ସହ ଘଟଣାକୁ ଆତ୍ମହତ୍ୟା କରିଥିଲେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking