35.1 C
Bhubaneswar
Tuesday, April 23, 2024
Homeଅପରାଧଅନୈତିକ ପ୍ରେମ ପାଇଁ ପିଶାଚୀ ସାଜିଲା ମା’: ଜନ୍ମକଲା ଝିଅ ସହ....

ଅନୈତିକ ପ୍ରେମ ପାଇଁ ପିଶାଚୀ ସାଜିଲା ମା’: ଜନ୍ମକଲା ଝିଅ ସହ….

ଚେନ୍ନାଇ: ଅନୈତିକ ପ୍ରେମ ପାଇଁ ପିଶାଚୀ ସାଜିଲା ମାଆ । ଜନ୍ମକଲା ଝିଅ ସହ ଦୁଷ୍କର୍ମ କରିବାକୁ ନିଜ ପ୍ରେମିକକୁ ଦେଲା ଅନୁମତି । ଏପରିକି ଝିଅଟି ଗର୍ଭବତୀ ହେବାରୁ ପ୍ରେମିକ ସହ ତା’ର ବାହାଘର ମଧ୍ୟ କରାଇଦେଲା । ଚେନ୍ନାଇରୁ ଜଣେ ମାଆର ଏଭଳି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ନାବାଳିକା ଝିଅଟି ଏକ ଶିଶୁକୁ ଜନ୍ମ ଦେବା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଛି । ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଦିନ ମଜୁରିଆ ଭାବେ କାମ କରନ୍ତି। ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିଲା । କିନ୍ତୁ ସେହି ବ୍ୟକ୍ତି ମହିଳାଙ୍କ ନାବାଳିକା ଝିଅକୁ ବାହାହେବାକୁ ଚାହୁଁଥିବା କହିଥିଲେ । ଏହାଶୁଣି ମହିଳା ଜଣକ ନିଜ ଜନ୍ମକଲା ୧୭ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିବା ପାଇଁ ପ୍ରେମିକକୁ ଅନୁମତି ଦେଇଥିଲେ ।

କିଛି ଦିନ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଯାଇଥିଲା । କେହି ଯେପରି ଘଟଣା ସମ୍ପର୍କରେ ନ ଜାଣିବେ ସେଥିପାଇଁ ମହିଳା ଝିଅର ସ୍କୁଲ ଯିବା ବନ୍ଦ କରିବା ସହ ନିଜ ପ୍ରେମିକ ସାଙ୍ଗରେ ତାର ବାହାଘର କରାଇ ଦେଇଥିଲେ । ମେ ୧ ତାରିଖ ଦିନ ନାବାଳିକାର ପ୍ରସବ ଯନ୍ତ୍ରଣା ହୋଇଥିଲା ଏବଂ ବାଥରୁମରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମପରେ ଶିଶୁଟି ଅସୁସ୍ଥ ହୋଇଯିବାରୁ ଚିକିତ୍ସା ପାଇଁ ତାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ମେଡିକାଲ କର୍ମଚାରୀ ପିଲାଟିର ଜନ୍ମ ପ୍ରମାଣପତ୍ର ମାଗିଥିଲେ ।

ଯେତେବେଳେ ମହିଳା ଜଣକ ମେଡିକାଲରେ ନିଜ ନାବାଳିକା ଝିଅର ଆଧାରକାର୍ଡ ଦାଖଲ କଲେ ସେହି ସମୟରେ ସବୁ ଘଟଣା ପଦାକୁ ଆସିଥିଲା । ମହିଳା ନାବାଳିକା ଝିଅ ସହ ନିଜ ପ୍ରେମିକକୁ ଦୁଷ୍କର୍ମ ଏବଂ ବିବାହ କରିବାକୁ ଅନୁମତି ଦେଇଥିବାର ଜଣାପଡିଥିଲା । ମେଡିକାଲ କର୍ମଚାରୀ ଏ ସମ୍ପର୍କରେ ଶିଶୁ ମଙ୍ଗଳ କମିଟିକୁ ଜଣାଇଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାଆ ଓ ତାର ପ୍ରେମିକକୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking