39.1 C
Bhubaneswar
Wednesday, April 24, 2024
Homeଅପରାଧଶାଶୁଙ୍କୁ ହେଲା ଜ୍ୱାଇଁ ସହ ପ୍ରେମ, ଲୋକଲଜ୍ଜା ଭୟରେ ନେଲେ ଚରମ ନିଷ୍ପତ୍ତି

ଶାଶୁଙ୍କୁ ହେଲା ଜ୍ୱାଇଁ ସହ ପ୍ରେମ, ଲୋକଲଜ୍ଜା ଭୟରେ ନେଲେ ଚରମ ନିଷ୍ପତ୍ତି

ନୂଆଦିଲ୍ଲୀ: କୁହାଯାଏ ପ୍ରେମରେ ନଥାଏ ଜାତି, ଧର୍ମ, ବର୍ଣ୍ଣ, ବୟସ । କିନ୍ତୁ ବେଳେବେଳେ ଏହି ଧର୍ମ, ଜାତି, ବୟସକୁ ନେଇ ସମାଜ ବିରୋଧ କରିଥାଏ । ଆଉ ପରେ ଏହି ପ୍ରେମୀ ଯୁଗଳ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା ଭଳି ଭୁଲ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ । ବର୍ତ୍ତମାନ ଏଭଳି ଏକ ଘଟଣା ସମ୍ନାକୁ ଆସିଛି । ଯେଉଁଠାରେ ବୟସକୁ ନଦେଖି ଜଣେ ଶାଶୁ ତାଙ୍କ ୨୫ ବର୍ଷିୟ ଜ୍ୱାଇଁଙ୍କୁ ଭଲ ପାଇ ବସିଥିଲେ । ଭଲପାଇବା ସଫଳ ହେବ ନାହିଁ ଜାଣିବା ପରେ ଆତ୍ମହତ୍ୟା କରିଥିଲେ ଶାଶୁ ଓ ଜ୍ୱାଇଁ ।

ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ୪୦ ବର୍ଷିୟା ମହିଳା ନିଜର ୨୫ ବର୍ଷିୟ ଜ୍ୱାଇଁ ସହ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ପ୍ରେମ ପାଇଁ ଉଭୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ପୋଲିସର ସୂଚନା ଅନୁସାରେ ବାଡ଼ମେରର ରାମସର ରାସ୍ତାରେ ଯାଉଥିବା କିଛି ଲୋକ ପ୍ରେମୀ ଯୁଗଳଙ୍କୁ ଏକ ଗଛରେ ଝୁଲୁଥିବାର ଦେଖିଥିଲେ । ପରେ ସ୍ଥାନୀୟ ବାସିନ୍ଦା ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଦୁଇ ଶବକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା । ତେବେ ଜ୍ୱାଇଁ ବର୍ଷେ ପୂର୍ବରୁ ବିବାହ କରିଥିଲେ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking