28.1 C
Bhubaneswar
Thursday, March 28, 2024
Homeଅପରାଧବିବାହର କିଛି ବର୍ଷ ମଧ୍ୟରେ ସନ୍ତାନ ନ ହେବାରୁ ବୋହୂକୁ ଗଣଦୁଷ୍କର୍ମ କରାଇଲା ଶାଶୂ

ବିବାହର କିଛି ବର୍ଷ ମଧ୍ୟରେ ସନ୍ତାନ ନ ହେବାରୁ ବୋହୂକୁ ଗଣଦୁଷ୍କର୍ମ କରାଇଲା ଶାଶୂ

ବାନ୍ଦା: ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ନିଜର ବୋହୂଙ୍କୁ ବିବାହର କିଛି ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ନ ହେବାରୁ ଗଣଦୁଷ୍କର୍ମ କରାଇଥିବା ନେଇ ଅଭିଯୋଗ ହେଶଇଛି । ଅଭିଯୋଗ ଅନୁସାରେ ବୋହୂଙ୍କୁ କୌଣସି ସନ୍ତାନ ହୋଇନାହିଁ । ତେଣୁ ସେ ବୋହୂର ୨ ଜଣ ଦିଅରଙ୍କ ଦ୍ୱାରା ଦୁଷ୍କର୍ମ କରାଇଛି । ଘଟଣା ସଂପର୍କରେ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ମାମଲାର ତଦନ୍ତ କରୁଛି ।

ପୋଲିସ କହିବା ଅନୁସାରେ ବାନ୍ଦାର ଯୁବକଙ୍କ ବିବାହ କିଛି ବର୍ଷ ବିତି ସାରିଛି । କିନ୍ତୁ ସେ ବାପା ହେବାର ସୌଭାଗ୍ୟ ଲାଭ କରିନାହାନ୍ତି । ସନ୍ତାନ ଆଶାରେ ଯୁବକଙ୍କ ମା’ ଅର୍ଥାତ ଶାଶୂ ନିଜର ବୋହୂଙ୍କୁ ଗଣଦୁଷ୍କର୍ମ କରାଇଛି । ଏଥି ପାଇଁ ସେ ବୋହୂଙ୍କ ସହିତ ଗୋଟିଏ କୋଠାରୀରେ ୨ ଜଣ ଯୁବକଙ୍କୁ ଭର୍ତ୍ତି କରି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଡିଏସ୍‌ପି (ସିଟି) ରାକେଶ କୁମାର ସିଂହ କହିଛନ୍ତି ଯେ, ଜଣେ ମହିଳା ଉପରୋକ୍ତ ଘଟଣା ସଂପର୍କରେ ଏତଲା ଦେଇଛନ୍ତି । ତାଙ୍କର ପତିଙ୍କ ଦୁର୍ବଳତାର ସୁଯୋଗ ନେଇ ଶାଶୂ ୨ ଜଣ ଯୁବକଙ୍କ ଦ୍ୱାରା ବୋହୂଙ୍କୁ ଦୁଷ୍କର୍ମ କରାଇଛନ୍ତି ବୋଲି ଅଭିଯୋଗ ହୋଇଛି । ମାମଲାର ତଦନ୍ତ ସରିଲେ ଘଟଣା ସଂପର୍କରେ ଅଧିକ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking