28.1 C
Bhubaneswar
Friday, March 29, 2024
Homeଓଡିଶାପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୦ ବଖରା ଘର ପୋଡି ଦେଲେ ଦୁର୍ବୃତ୍ତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୦ ବଖରା ଘର ପୋଡି ଦେଲେ ଦୁର୍ବୃତ୍ତ

ପିପିଲି: ରାତି ଅଧରେ ଲଗାଇଦେଲେ ନିଆଁ । ନିଆଁରେ ପୋଡି ପାଉଁଶ ହୋଇଗଲା ଆସବାପତ୍ର ସମେତ ୧୦ ବଖରା ଘର। ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ବତୀପୁର ଗାଁରେ ଘଟିଛି ଏଭଳି ଘଟଣା। ଆଗରୁ ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ବଳଙ୍ଗା ଥାନା ଅଭିଯୋଗ ହୋଇଥିଲା ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଅଗ୍ନି ବିପନ୍ନ । ଗାଡିଳ ସାଇକେଲ,ପାଣି ପମ୍ପ, ପିଲାମାନଙ୍କର ପାଠ ପଢା ବହି ପତ୍ର ଓ ଧାନ ଚାଉଳ, ବିରି , ମୁଗ, ଘର ବାରି ଜମିଜମା ପଟା ,ସବୁ ନିଆଁରେ ପୋଡି ନଷ୍ଟ ହୋଇଯାଇଛି ।

ସନ୍ଧ୍ୟା ରେ ଅଗ୍ନିବିପନ୍ନ ସନ୍ଧେହ କରିଥିଲେ କିଛି ଅଘଟଣ ହେବ ବୋଲି । ସେଥିପାଇଁ ବଳଙ୍ଗା ଥାନାକୁ ବାରମ୍ବାର ଫୋନ କରିଥିଲେ। କିନ୍ତୁ ପୋଲିସ ତରଫରୁ କୌଣସି ଉତ୍ତର ମିଳିନଥିଲା ବୋଲି ଅଭିଯୋଗ ହୋଇଛି। ପିପିଲି ଦମକଳ ବାହିନୀ ଆସି ନିଆଁକୁ ଆୟତ କରିବା ପୂର୍ବରୁ ଘର ସମ୍ପୂର୍ଣ ପୋଡି ପାଉଁଶ ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking