27.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରକରୁ ୮୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ  

ଟ୍ରକରୁ ୮୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ  

କଟକ :ଜଗତପୁର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର କେନ୍ଦ୍ରାପଡା କେନାଲ ପୋଲ ନିକଟସ୍ଥ ଏକ ମଦ ଦୋକନ ସମ୍ମୁଖରେ ପାର୍କିଂ କରିଥିବା ଏକ ଟ୍ରକରୁ ଦୁର୍ବୃତ୍ତ ମାନେ ନଗଦ ୮୦ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଜଗତପୁର ଥାନାରେ ଅଭିଯୋଗ ହୋଇଛି । ଆନ୍ଧ୍ର୍ରପ୍ରଦେଶ ନରସରାଓପେଟା ଥାନା ଅଞ୍ଚଳର ସେକ୍ କାଦର ଏକ ୧୨ଚକିଆ ଟ୍ରକ ( ନଂ-ଏପି-୨୭-ଟିୟୁ-୩୬୬୯)ରେ ବାଙ୍ଗାଲୋରରୁ ବିଲାତି ବୋଝେଇ କରି ଭୂବନେଶ୍ୱରରେ ଦେଇଥବଲେ ।

ଏବାବଦରେ ସେ ନଗଦ ୧ଲକ୍ଷ ୧୦ଜହାର ଟଙ୍କା ଆଣିଥିଲେ। ତେବେ ମଙ୍ଗୁଲି ଛକ ସ୍ଥିତ ଏକ ପେଟ୍ରୋଲ ପମ୍ପ୍‌ରେ ୩୦ହଜାର ଟଙ୍କାର ଡିଜେଲ ପକାଇ ଜଗତପୁର ଅଭିମୁଖେ ବାଲି ଭଡା ପାଇଁ ଆସିଥିଲେ । କେନ୍ଦ୍ରାପଡା କେନାଲ ପୋଲ ନିକଟସ୍ଥ ଏକ ମଦଦୋକାନ ସମ୍ମୁଖରେ ଟ୍ରକକୁ ପାର୍କିଂ କରିଥିଲେ ।  ୮୦ହଜାର ଟଙ୍କା ଥିବା ବ୍ୟାଗ୍‌କୁ ଗାଡି ମଧ୍ୟରେ ମୁଣ୍ଡତଳେ ରଖି ଟ୍ରକରେ ଡ୍ରାଇଭର ଶୋଇଥିଲେ। ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଟ୍ରକ ଫାଟକ ପଟୁ ଚଢି ଟଙ୍କା ବ୍ୟାଗ୍ ଝାମ୍ପିନେଇ ଏକ ବାଇକ୍ ଯୋଗେ କଟକ ଅଭିମୁଖେ ଫେରାର ହୋଇଯାଇଥିଲେ ।  ଟ୍ରକ ଡ୍ରାଇଭରଙ୍କ ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking