31.1 C
Bhubaneswar
Friday, March 29, 2024
Homeଅପରାଧଘର ମାଲିକଙ୍କ ତିନି ପୁଅଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ନାବାଳିକା

ଘର ମାଲିକଙ୍କ ତିନି ପୁଅଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ନାବାଳିକା

କୋୟମ୍ବଟୁର: ତାମିଲନାଡୁ କୋୟମ୍ବଟୁର ପୋଲିସ ଦୁଇ ଜଣ ପୁଅ ବିରୋଧରେ ପସ୍କୋ ଆକ୍ଟ ଅଧିନରେ ଦୁଇଟି କେସ ଫାଇଲ କରିଛି । ଦୁଅ ପୁଅଙ୍କ ବିରୋଧରେ ଅଭିଯୋଗ କହିଛି ଯେ ସେମାନେ ଜଣେ ୧୦ ବର୍ଷର ଝିଅ ସହ ଅନେକ ଥର ଦୁଷ୍କର୍ମ କରିଛନ୍ତି । ରିପୋର୍ଟ ମୁତାବକ ପୀଡ଼ିତା ନିଜ ବାପାଙ୍କ ସହିତ ରହୁଥିଲେ ।  ଟିଭି ଦେଖିବା ପାଇଁ ଅନେକ ଥର ସେ ନିଜ ଘର ମାଲିକଙ୍କ ଘରକୁ ଯିବା ଆସିବା କରୁଥିଲେ । ନିକଟରେ ସେ ପେଟରେ କଷ୍ଟ ଅନୁଭବ କରୁଥିବା କହିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

ଯାଞ୍ଚ ପାଇଁ ଯେତେବେଳେ ପୀଡିତାଙ୍କୁ ଡାକ୍ତରଖାନାକୁ ନିଆଗଲା ସେତେବେଳେ ଡାକ୍ତର ତାଙ୍କ ଅବସ୍ଥା ବିଷୟରେ ଜାଣି ଆଶ୍ଟର୍ଯ୍ୟ ହୋଇପଡ଼ିଥିଲେ । ସେଠାରେ ଜାଣିବାକୁ ମିଳିଲା ଯେ, ଝିଅ ସହିତ ଅନେକ ଥର ଦୁଷ୍କର୍ମ ହୋଇଛି । ଡାକ୍ତର ସଙ୍ଗେସଙ୍ଗେ ଘଟଣା ସମ୍ବନ୍ଧରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନିଜ ଯାଞ୍ଚରୁ ଜାଣିବାକୁ ପାଇଲେ ଯେ, ଝିଅକୁ ଘର ମାଲିକର ପୁଅ ଏବଂ ତାର ଦୁଇ ସାଙ୍ଗ ମିଶି ଦୁଷ୍କର୍ମ କରିଛନ୍ତି । ଏହି ଘଟଣା ପୂର୍ବ କିଛି ଦିନ ହେବ ଘଟି ଆସୁଥିଲା । ଏ ଘଟଣା ବାବଦରେ କାହାକୁ ନକହିବା ପାଇଁ ଅଭିଯୁକ୍ତ ମାନେ ପୀଡିତାକୁ ଧମକ ଦେଇଥିଲେ । ଦୁଷ୍କର୍ମ ପରେ ପୀଡିତା ଏତେ ଡରି ଯାଇଥିଲେ ଯେ ସେ କାହାକୁ ନିଜ ପାଖକୁ ଆସିବାକୁ ଦେଉନଥିଲେ । ପୋଲିସ ୧୬ ଏବଂ ୧୭ ବର୍ଷର ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ହେପାଯତକୁ ନେଇଛି । ଅନ୍ୟପଟେ ତୃତୀୟ ଅଭିଯୁକ୍ତକୁ ପୋଲିସ ଖୋଜାଖୋଜି କରୁଛି । ଘଟଣାର ସୂଚନା ମିଳିବା ପରେ ତୃତୀୟ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking