30.1 C
Bhubaneswar
Thursday, April 25, 2024
Homeଓଡିଶାପିଲାଙ୍କ ବସ୍ତାନି ବୋଝ କମେଇବାକୁ ମେୟରଙ୍କ କଡା ନିର୍ଦ୍ଦେଶ

ପିଲାଙ୍କ ବସ୍ତାନି ବୋଝ କମେଇବାକୁ ମେୟରଙ୍କ କଡା ନିର୍ଦ୍ଦେଶ

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରାୟ ୮୦ଟି ସରକାରୀ ଓ ପାଞ୍ଚ ଶହ ପଚାଶରୁ ଉର୍ଦ୍ଧ୍ୱ ଘରୋଇ ସ୍କୁଲ ଚାଲୁଛି । ଦୁଇସହରୁ ଉର୍ଦ୍ଧ ଘରୋଇ ସ୍କୁଲ ବିନା ସ୍ୱୀକୃତିରେ ଚାଲୁଛି । ଏହି ଘରୋଇ ସ୍କୁଲମାନେ ସରକାର ନୀତି ନିୟମ ଅଥବା ଆଇନ କାନୁନ କିଛି ମାନୁ ନାହାନ୍ତି । ସେ ସ୍କୁଲ ଫିସ ହେଉ କି ସ୍କୁଲ ବ୍ୟାଗ ଓଜନ ଓ ଆବଶ୍ୟକରୁ ଉର୍ଦ୍ଧ ପୁସ୍ତକ ବ୍ୟବହାର ହେଉ, କିଛି ନିର୍ଦେଶକୁ ମାନୁ ନାହାନ୍ତି । ଆଜି ଏ ସଂକ୍ରାନ୍ତରେ ଭୁବନେଶ୍ୱର ମହାନଗରର ମେୟର ସୁଲୋଚନା ଦାସଙ୍କ କାର୍ଯ୍ୟାଳୟରେ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଥିଲା । ଘରୋଇ ସ୍କୁଲ ମାନଙ୍କରେ ନିୟମ ଅନୁଯାଇ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ନିର୍ଦ୍ଧାରିତ ଓଜନର ସ୍କୁଲ ବ୍ୟାଗ ନେଇ ସ୍କୁଲକୁ ଯିବା କଥା ହେଲେ ଦେଖାଯାଉଛି ସ୍କୁଲରେ ପିଲାମାନେ ପନ୍ଦର କିଲୋ ପର୍ଯ୍ୟନ୍ତ ଓଜନର ସ୍କୁଲ ବ୍ୟାଗ ବୋହିକି ନେଉଛନ୍ତି । ଯାହା ଫଳରେ ସେମାନଙ୍କର ବିଭିନ୍ନ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଯାଉଛି ।

ଏହି ସମସ୍ୟାର ପ୍ରମୁଖ କକ୍ଷରଣ ହେଉଛି ପ୍ରାଇଭେଟ ପବ୍ଲିକେସନ ବହିର ବହୁଳ ବ୍ୟବହାର । କେବଳ ପଇସା ପାଇଁ ମୋଟା ମୋଟା ବହି ବ୍ୟବହାର କରୁଛନ୍ତି । ସ୍କୁଲରେ ପିଲାମାନଙ୍କୁ ଏନ.ସି.ଇ.ଆର.ଟି ବହିରେ ପାଠ ପଢ଼ାଇବା ପାଇଁ ସ୍ପଷ୍ଟ ନିୟମ ଓ ନିର୍ଦେଶ ଥିବାବେଳେ ଘରୋଇ ସ୍କୁଲ ମକ୍ଷନେ ନିଜର ଆର୍ôଥକ ମୁନାଫା ୪୦-୫୦% ପାଇଁ ପ୍ରାଇଭେଟ ପବ୍ଲିକେସନ ବହିରେ ପାଠ ପଢ଼ାଉଛନ୍ତି । କୋମଳମତି ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳିବା ସହିତ ଅଭିଭାବକ ମାନଙ୍କୁ ଅଯଥା ଆର୍ôଥକ ଓ ମାନସିକ ବୋଝ ଦେଉଛନ୍ତି । ଅଭିଭାବକ ମନେ ଘରୋଇ ସ୍କୁଲରେ ଯେ କୌଣସି ଅସୁବିଧା ହେଲେ ସ୍ଥାନୀୟ କର୍ପୋରେଟରଙ୍କ ପାଖରେ ଅଭିଯୋଗ କରିବା ସାଧାରଣ ଘଟଣା ହେଲେ କର୍ପୋରେଟର ମାନେ ମଧ୍ୟ ସେହି ସ୍କୁଲର ସମସ୍ୟା ତଥା ପରିଚାଳନା ଗତ ତଥ୍ୟ ସମ୍ପର୍କରେ ମଧ୍ୟ ଅବଗତ ହୋଇ ନ ଥୁବାରୁ ସ୍ଥାନୀୟ ଲୋକ ପ୍ରତିନିଧି ଭାବେ ତାଙ୍କର ଜନସାଧାରଣଙ୍କ ପ୍ରତି ଉତ୍ତର ଦାୟିତ୍ୱ ମଧ୍ୟ ତୁଲାଇ ପାରୁନାହାନ୍ତି ।

ତେଣୁ ସବୁ ସ୍କୁଲର ପରିଚାଳନା କମିଟିରେ କର୍ପୋରେଟର ମାନେ ରହିଲେ ସମସ୍ୟା ସମାଧାନ ପାଇଁ ସୁବିଧା ହେବ । ଆଜିର ଏହି ଆଲୋଚନା ବେଳେ ଏହି ସମ୍ପର୍କରେ ଆଲୋଚନା ହୋଇଥିଲା । ୭୪ ସମ୍ବିଧାନ ସଂଶୋଧନରେ ୨୯ ବିଷୟ ସହରାଞ୍ଚଳ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ପ୍ରଦାନ କରାଯାଇଛି । ମେୟର ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ ଓ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରି ପନ୍ଦର ଦିନ ଭିତରେ ସମସ୍ୟା ସମାଧାନ ପାଇଁ କହିଛନ୍ତି । ନଚେତ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ମହାସଂଘକୁ ପ୍ରତିଶୃତି ଦେଇଛନ୍ତି । ଆଜିର ଏହି ଆଲୋଚନା ସମୟରେ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, କୋଷାଧକ୍ଷ ସତ୍ୟଜିତ ଦାସ, ରଞ୍ଜନ ଦାସ ଓ ଅରୁଣ ସ୍ୱାଇଁ ଆଦି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking