ନୂଆଦିଲ୍ଲୀ : ସମସ୍ତେ ନିଜ ବିବାହକୁ ସ୍ମରଣୀୟ ଏବଂ ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି।ଲୋକମାନେ ଅନେକ ମାସ ପୂର୍ବରୁ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ଆପଣ ଦେଖିଥିବେ କେତେକ ବାହାଘରର ଅନ୍ଦାଜ ଭିନ୍ନ ହେତୁ ତାହା ଚର୍ଚାର ବିଷୟ ପାଲଟିଥାଏ। ସେହିପରି ଏକ ବିବାହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମେକ୍ସିକୋରେ ଜଣେ ବ୍ୟକ୍ତି ମଣିଷକୁ ବାଛି ନାହାଁନ୍ତି ବରଂ ଏକ କୁମ୍ଭୀରକୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଛନ୍ତି। ବର ଜଣେ ସାଧାରଣ ମଣିଷ ନୁହଁନ୍ତି, ସେ ହେଉଛନ୍ତି ମେକ୍ସିକୋର ଛୋଟ ନଗରୀ ସାନ୍ ପେଡ୍ରୋ ହୁଆମେଲୁଲାର ସହରର ମେୟର। ଆଜିକାଲି ସୋସିଆଲ ମିଡିଆରେ ମେୟର ଏବଂ କୁମ୍ଭୀର ବିବାହର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।ମେକ୍ସିକୋର ସାନ ପେଡ୍ରୋ ହୁଆମେଲୁଲାର ମେୟର, କଟର ହୁଗୋ ନିକଟରେ ଏକ ନିଆରା ବିବାହ ସୃଷ୍ଟି କରିଛନ୍ତି। ସେ ପୁରା ରୀତିନୀତି ସହିତ କୁମ୍ଭୀରକୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଛନ୍ତି। ଏହି ବିବାହରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ବରର ସମ୍ପର୍କୀୟମାନେ ମଧ୍ୟ ଏହି ରୀତିନୀତିରେ ଭାଗ ନେଇଥିଲେ। ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ବହୁତ ଦେଖାଯାଉଛି।କୁହାଯାଉଛି ଯେ ଏହି ପରମ୍ପରା ୧୭୮୯ ପରଠାରୁ ଚାଲିଛି।
କହି ରଖୁଛୁ ଯେ ଏହି ବିବାହ ପଛରେ ଏକ ବିଶେଷ କାରଣ ଅଛି । ବାସ୍ତବରେ, ଏକ କୁମ୍ଭୀରକୁ ବିବାହ କରିବାର ପ୍ରଥା ଏଠାରେ ଏକ ପୁରୁଣା ପରମ୍ପରା ଅନୁଯାୟୀ କରାଯାଇଥାଏ। ଏକ ବିଶ୍ୱାସ ଅଛି ଯେ ଏହା କରିବା ଦ୍ୱାରା ଈଶ୍ୱର ସେମାନଙ୍କର ଇଚ୍ଛା ପୂରଣ କରନ୍ତି। ସାଧାରଣତଃ ଲୋକମାନେ ଭଲ ବର୍ଷା ଏବଂ ଅଧିକ ମାଛ ପାଇବା ପାଇଁ ଏପରି ଆୟୋଜନ କରନ୍ତି। ଖବର ଅନୁଯାୟୀ ମେୟର ମଧ୍ୟ ସମାନ ଉଦ୍ଦେଶ୍ୟରେ ବିବାହ କରିଛନ୍ତି।
ପରମ୍ପରା ଅନୁଯାୟୀ ସାନ୍ ପେଡ୍ରୋ ହୁଆମେଲୁଲାର ଉକ୍ତ ଆଦିମ ପ୍ରଥା (କୁମ୍ଭୀର ବିବାହ) ଏବେ ‘କ୍ୟାଥୋଲିକ୍’ ଲୋକବିଶ୍ବାସରେ ମିଶି ଗଲାଣି। ଏହି ପ୍ରଥା ଅନୁସାରେ, କୁମ୍ଭୀରକୁ ଧଳା ବିବାହ ପୋଷାକ ଏବଂ ଅନ୍ୟାନ୍ୟ ରଙ୍ଗିନ ପୋଷାକ ପିନ୍ଧାଇ କନ୍ୟା ବେଶରେ ସଜାଇ ଦିଆଯାଏ। ଟିକି ରାଜକୁମାରୀ କୁହାଯାଉଥିବା ମେୟର୍ ସୋସାଙ୍କ ୭ ବର୍ଷୀୟ କୁମ୍ଭୀର-କନ୍ୟାଟି ବସୁମତୀଙ୍କ ଚଳନ୍ତି ପ୍ରତିମା ବୋଲି ଲୋକମାନଙ୍କ ବିଶ୍ବାସ। ସ୍ଥାନୀୟ ନେତାଙ୍କ ସହ ତାଙ୍କର ବିବାହ ଅର୍ଥ ହେଲା ମାନବ ଓ ଈଶ୍ବରଙ୍କ ମଧ୍ୟରେ ସୁସମ୍ପର୍କ।
ତୂରୀ ଓ ବାଜା ବଜାଇ ସ୍ଥାନୀୟ ଲୋକେ କୁମ୍ଭୀର-କନ୍ୟାକୁ ହାତରେ ତୋଳି ଧରି ଗାଁ ଦାଣ୍ଡ ବାଟେ ବିବାହସ୍ଥଳୀକୁ ଯାଉଥିବା ବେଳେ ଦେଖଣାହାରୀ ଲୋକେ ନିଜ ନିଜର ଟୋପି ଓହ୍ଲାଇ ତାକୁ ବିଞ୍ଚି ଦେଉଥିଲେ। ଏହି ବିବାହ ଆୟୋଜନ କରିଥିବା ଏଲିଆ ଏଡିଥ୍ ଔଗିଲାର ଓରଫ୍ ଧର୍ମମାତା କହିଛନ୍ତି, ଏ ବିବାହରେ ମୁଁ ଅତି ଆନନ୍ଦିତା ଓ ମୋର ଆଦିମ ପ୍ରଥା ପାଇଁ ଖୁବ୍ ଗୌରବାନ୍ବିତା।
In an age-old ritual, a Mexican mayor married his alligator bride to secure abundance. Victor Hugo Sosa sealed the nuptials by kissing the alligator's snout https://t.co/jwKquOPg93 pic.twitter.com/Vmqh4GpEJu
— Reuters (@Reuters) July 1, 2022