37.1 C
Bhubaneswar
Thursday, March 28, 2024
Homeଓଡିଶାଭୁବନେଶ୍ୱରଆଜିଠୁ ଖୋଲିବ ମାର୍କେଟ୍ ବିଲ୍ଡିଂ

ଆଜିଠୁ ଖୋଲିବ ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ପୁଣି ଖୋଲିବାକୁ ଯାଉଛି ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲ୍ଡିଂ । ଗୁରୁବାରଠାରୁ କିଛି କଟକଣା ଏବଂ ସର୍ତ୍ତ ସହିତ ଏହି ମାର୍କେଟ ପୁଣି ଥରେ ଜନସାଧାରଣଙ୍କ ପାଇଁ ଖୋଲିବ । ଏ ନେଇ ବ୍ୟବସାୟିକ ସଂଘ ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ମାର୍କେଟ ଖୋଲିଲେ ବି ଏଠାରେ ପୋଲିସର ପେଟ୍ରୋଲିଂ ଏବଂ ବିଏମସିର ଚଢାଉ ଜାରି ରହିବ ବୋଲି ଜଣାଯାଇଛି । ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲିଠୁ ପୁଣି ଥରେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ଖୋଲିବାକୁ ଯାଉଛି ।

ତେବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପୋଲିସର ପେଟ୍ରୋଲିଂ ଏବଂ ବିଏମସିର ଚଢାଉ ମଧ୍ୟରେ ମାର୍କେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ବିଏମସି ଏବଂ ବ୍ୟବସାୟିକ ସଂଘ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନା ଥାଉ କି, କିଛି ଦିନ ତଳେ ବିଏମସି ତରଫରୁ ମାର୍କେଟ ବିଲ୍ଡିଂରେ ଥିବା ଅସ୍ଥାୟୀ ଦୋକାନୀମାନଙ୍କୁ ହଟାଇ ଦିଆଯାଇଥିଲା । କିନ୍ତୁ ସେମାନେ ପୁଣି ଥରେ ଦୋକାନ ପକାଇବାକୁ ନେଇ ଗତ ଜୁଲାଇ ୩୧ ତାରିଖରେ ଘଟଣାସ୍ଥଳରେ ଉତ୍ତେଜନା ହୋଇଥିଲା । ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ହେବାରୁ ମାର୍କେଟ ବିଲ୍ଡିଂ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା ବ୍ୟବସାୟୀ ସଂଘ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking