ଫେଲ ମାରିଲା ମାଓବାଦୀଙ୍କ ଆକ୍ରମଣ ଯୋଜନା

ମାଲକାନଗିରି: ପୁଣି ଫେଲ ମାରିଲା ମାଓବାଦୀଙ୍କ ଆକ୍ରମଣ ଯୋଜନା । ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ଟେଲମ ଓ ଟେଟମ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ମାଓବାଦୀ ମାନେ ଜବାନଙ୍କୁ ଟାର୍ଗେଟ କରି 10କେଜିର ଲେଣ୍ଡମାଇନ ଲଗାଇ ଥିବା ବେଳେ ଏହାକୁ ଠାବ କରିଛନ୍ତି ଛତିସିଗୋଡି ମହିଳା କୋମାଣ୍ଡ । ବିଶେଷ କରି ଅନ୍ୟ ପୁରୁଷ ଯବାନ ଙ୍କ ଭଳି ଆଜି ମହିଳା କୋମାଣ୍ଡ ମାନେ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ସାରି ଫେରୁଥିବା ସମୟରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଲେଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରିଥିଲେ ଏହି ମହିଳା କମାଣ୍ଡ ମାନେ । ପରେ ବିସ୍ଫୋରଣ କରି 10କେଜିର ଲେଣ୍ଡମାଇନ କୁ ନଷ୍ଟ କରିଦେଇଛନ୍ତି ଛତିଶଗଡ଼ ର ଏହି ମହିଳା କୋମାଣ୍ଡ । ଏହି ଅଞ୍ଚଳ ମାଓ ଉପଦ୍ରୁତ ଅଞ୍ଚଳ ହୋଇଥିବା ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଅନେକ ଥର ଏନକାଉଣ୍ଟର ହୋଇଛି ତେଣୁ ମାଓବାଦୀଙ୍କୁ ଧରିବା ଲାଗି ଅଧିକାଂଶ ସମୟରେ ଯବାନ ମାନେ ଏହି ଅଞ୍ଚଳକୁ କୁମ୍ବିଙ୍ଗ ଅପରେସନ ରେ ଆସନ୍ତି ତେଣୁ ଯବାନଙ୍କୁ ବଡ଼ ଧରଣର କ୍ଷତି ପହଞ୍ଚାଇବା ଉଧେଷ୍ୟରେ ମାଓବାଦୀ ମାନେ ଏଭଳି ଲେଣ୍ଡମାଇନ ଖଞ୍ଜିଥାନ୍ତି ଯାହା ଆଜି ଗ୍ରାମବାସୀଙ୍କ ସୂଚନା ଆଧାରରେ ମହିଳା କୋମାଣ୍ଡ ମାନେ ସତର୍କତାର ସହ ଲେଣ୍ଡମାଇନ କୁ ଠାବ କରିବା ସହ ନଷ୍ଟ କରିଛନ୍ତି। ଯାହା ନିଜ ସାଥି ଯବାନଙ୍କ ଜୀବନ ବଞ୍ଚାଇବା ସହ ସାଧାରଣ ଗ୍ରାମବାସୀଙ୍କ ଜୀବନ ମଧ୍ୟ ବଞ୍ଚାଇ ପୁରୁଷ କୋମାଣ୍ଡ ଙ୍କ ସହ ସମାନ ହୋଇ ପାରିଥିବା ଦାନ୍ତେୱାଡା ଏସପି ଅଭିଷେଖ ପଲ୍ଲଭ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here