34.1 C
Bhubaneswar
Friday, March 29, 2024
Homeଅପରାଧଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ଜଣେ ବିଧବାଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ୩୪ ବର୍ଷିୟା ବିଧବା ଜଣକ ଦୀର୍ଘ ପ୍ରାୟ ୬ ମାସ ପୂର୍ବେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ଧମକ ଏବଂ ଲୋକ ଲଜ୍ଜା ଭୟରେ ସେ ଘଟଣା ପ୍ରଘଟ ନକରି ନିରବ ରହିଯାଇଥିଲେ । ମାତ୍ର ପୀଡ଼ିତା ଅସୁସ୍ଥ ହେବା ପରେ ଚିକିତ୍ସା ସମୟରେ ସେ ୭ ମାସର ଗର୍ଭବତୀ ଥିବା ଏବେ ଜଣାପଡ଼ିଛି । ପରେ ନ୍ୟାୟ ଓ ସୁରକ୍ଷା ପାଇଁ ସେ ମୋରଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନା ଅଧିକାରୀ କେସ୍ ନଂ-୧୦୬/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା ।

ଘଟଣା ଦୀର୍ଘ ୬ ମାସ ତଳର ଘଟଣା ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହଜ ହୋଇନଥିଲେ ମଧ୍ୟ କୌଶଳକ୍ରମେ ମୁଖ୍ୟ ଅଭିଯୁକ୍ତ ଇଟାପୋଖରୀ ଗ୍ରାମର ସରେନ ହାଁସଦାଙ୍କ ପୁଅ ସମରାୟ ହାଁସଦା(୪୨) ଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଗିରଫ ପରେ ବୁଧବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ବେତନଟୀ ଏସଡିପିଓ ସୁଦର୍ଶନ ଦାଶ ଘଟଣାର ତଦନ୍ତ କରୁଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking