26.1 C
Bhubaneswar
Friday, March 29, 2024
Homeଓଡିଶାବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ, ତଥାପି ସରୁନି ସେତୁ ନିର୍ମାଣ

ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ, ତଥାପି ସରୁନି ସେତୁ ନିର୍ମାଣ

ସୋରଡା : ଏଠି ବାଜିରେ ଲାଗିଛି ଜୀବନ । ମୃତ୍ୟୁ ସହ ଚାଲିଛି ଖେଳ । ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମନ୍ଥର ଗତିରେ ଚାଲିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ କେଶରାଠାରେ ହେଉଥିବା ସେତୁ ନିର୍ମାଣ କାର୍ଯ୍ୟ । ଅବଧି ପରେ ବି ସରୁନି ବ୍ରିଜ୍ କାମ । ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକା ସଂସ୍ଥାର ଅବହେଳା ଯୋଗୁଁ ଧାର୍ଯ୍ୟ ସମୟ ଠାରୁ ଦୁଇ ବର୍ଷ ପରେ ବି ଶେଷ ହେଉନି କାମ । ସେତୁର ୧୦ ପ୍ରତିଶତ ବି କାମ ହୋଇନଥିବା ଜଣାପଡିଛି । ଫଳରେ ଆଖପାଖ ଅଞ୍ଚଳର ଶତାଧିକ ଲୋକ ବର୍ଷା ଦିନେ ଋଷିକୁଲ୍ୟା ନଦୀର ଭରାଜଳରେ ବିପଦ ସଙ୍କୁଳ ଅବସ୍ଥାରେ କରୁଛନ୍ତି ଯାତ୍ରା । ସୋରଡ଼ା ବ୍ଲକ୍ ସହ ଯୋଡ଼ିବା ଓ ଲୋକଙ୍କୁ ଜରୁରି ସେବା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ନୁଆଁଗଡ ଏବଂ କେଶରାଠାରେ ବିଜୁସେତୁ ଯୋଜନାରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ।

୧୫୦୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ସେତୁ କାର୍ଯ୍ୟ ୨୦୨୦ ମସିହା ଅକ୍ଟୋବର ୪ ତାରିଖରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହି ସେତୁ କାର୍ଯ୍ୟକ୍ଷମ ହେଲେ କେଶରା, ବାରଧାଙ୍ଗିଡି, ନୀଳକଣ୍ଠପୁର, ନାଗପୁର, ରଙ୍ଗାବାଲି, ତତାବାଲି ଓ କୋଟିନଡା ଆଦି ଗ୍ରାମର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରନ୍ତେ । ବର୍ତ୍ତମାନ ବ୍ରିଜ୍ କାମ ମନ୍ଥର ଗତିରେ ଚାଲିଥିବାରୁ ଲୋକେ ନୂଆଗଡ ପଞ୍ଚାୟତକୁ ଯିବା ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଫଳରେ ମାର୍କେଟ୍ ଯିବା ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ନୂଆଗଡ଼ ଓ ସୋରଡା ଉପରେ ନିର୍ଭର କରୁଥିବା ଲୋକେ ଋଷୁକୁଲ୍ୟା ନଦୀର ଉଛୁଳା ଜଳ ରାଶିରେ ବିପଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯାତ୍ରା କରୁଛନ୍ତି । ଏପଟେ ଋଷୁକୂଲ୍ୟା ନଦୀର ଅପର ପାଶ୍ୱର୍ରେ ଥିବା ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ପ୍ରତିଦିନ ସ୍କୁଲ କଲେଜ ଯିବା ପାଇଁ ଲୁଗା ଓ ଚଦର ପିନ୍ଦି ଭରା ଜଳରେ ନଦୀପାର ହେଉଛନ୍ତି । ନଦୀ ଆରପଟେ ପହଞ୍ôଚବା ପରେ ଲୁଗା ବଦଳାଇ ସ୍କୁଲ ଓ କଲେଜ ୟୁନିଫର୍ମ ପିନ୍ଧି ଯାଆନ୍ତି । ଏପରିକି ନଦୀରେ ଅଧିକ ପାଣି ଆସିଲେ ମାସ ମାସ ଧରି ପିଲାମାନେ ସ୍କୁଲ, କଲେଜ ଛୁଟି କରିଥାନ୍ତି । ସରକାର ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇଁ ନୂଆଗଡ ଗ୍ରାମରେ ସ୍ମାର୍ଟ ସ୍କୁଲ ପ୍ରତିଷ୍ଠା କରିଛନ୍ତି । କିନ୍ତୁ ଗମନାଗମନର ସୁବିଧା ନଥିବାରୁ ସରକାରଙ୍କ ଲକ୍ଷ୍ୟ ବାସ୍ତବରେ ସାଧିତ ହୋଇପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ନିର୍ମାଣଧୀନ ସେତୁକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking